ଜାତୀୟ

ଆରାବଳୀ ପର୍ବତମାଳାରେ ନୂଆ ଖଣି ଲିଜ୍‌କୁ ନିଷିଦ୍ଧ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆରାବଳୀ ପର୍ବତମାଳା ଅଞ୍ଚଳରେ ନୂଆ ଖଣି ଲିଜ୍‌କୁ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି। ଗୁରୁବାର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବଇଙ୍କ ନେତୃତ୍ବାଧୀନ ପୀଠ ଦେଇଥିବା ନିର୍ଦେଶ ଅନୁଯାୟୀ ଆରାବଳୀ ପର୍ବତ ଓ ଏହାର ସଂଲଗ୍ନ ପର୍ବତମାଳାରେ ନୂଆ ଖଣି ଖନନ ପାଇଁ କୌଣସି ଲିଜ୍ ଦିଆଯାଇପାରିବ ନାହିଁ। ତେବେ ଯେଉଁସବୁ ଖଣିକୁ ପୂର୍ବରୁ ଲିଜ୍‌ ଦିଆଯାଇଛି ସେଗୁଡିକ ଖନନ କାର୍ଯ୍ୟ ଜାରି ରଖିବେ। ଜଙ୍ଗଲ ଓ ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ସୁପ୍ରିମକୋର୍ଟ ଏପରି ନିର୍ଦେଶ ଦେଇଛନ୍ତି। ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ଗୁଜରାଟକୁ ବ୍ୟାପିଥିବା ଆରାବଳୀ ପର୍ବତମାଳାର ଲମ୍ବ ପ୍ରାୟ ୬୭୦ କିମି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL