ଟୋକିଓ : ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ ପାଣିପାଗ ବିଭାଗ ପକ୍ଷରୁ ୭.୬ ତୀବ୍ରତାର ଭୂମିକମ୍ପ ହୋଇଥିବା କଥା ସୂଚନା ଦିଆଯାଇଛି । ଏହାପରେ ବିଭିନ୍ନ ଉପକୂଳରେ ସୁନାମୀ ପାଇଁ ଚୋତାବନୀ ଜାରି କରାଯାଇଛି ।
ଜାପାନରେ ଜୋରଦାର ଭୂମିକମ୍ପ ପରେ ବିଭିନ୍ ଉପକୂଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ କୁହାଯାଇଛି । ଜାପାନର ଉତ୍ତର ଉପକୂଳରୁ କିଛି ଦୂରରେ ସମୁତ୍ର ଭିତରେ ୭.୬ ତୂବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା । ଏହି ଭୂମିକମ୍ପ ଆସିବା ପରେ ପୂର୍ବତ୍ତୋର ତଟରେ ସୁନାମୀ ଆଲର୍ଟ ଜାରି କରାଯାଇଛି ।





