ଓଡ଼ିଶା

୧୮୩ ହୋମଗାର୍ଡ ପଦ ପାଇଁ ୮ହଜାର ପରୀକ୍ଷାର୍ଥୀ, ଏୟାରଷ୍ଟ୍ରିପରେ ବସି ଦେଲେ ଲିଖିତ ପରୀକ୍ଷା

ସମ୍ବଲପୁର : ୧୮୩ ପଦ ପାଇଁ ୮ହଜାର ପରୀକ୍ଷାର୍ଥୀ । ସମ୍ବଲପୁର ଜିଲ୍ଲାରେ ହୋମ ଗାର୍ଡ ପଦବୀ ପାଇଁ ପରୀକ୍ଷା ଦେଲେ ୮୦୦୦ ପରୀକ୍ଷାର୍ଥୀ । ଜମାଦାରପାଲି ଏୟାରଷ୍ଟ୍ରିପରେ ବସି ଏକାଠି ଲିଖିତ ପରୀକ୍ଷା ଦେଇଛନ୍ତି ଆଶାୟୀ । ୧୮୩ ହୋମଗାର୍ଡ ପଦବୀ ପାଇଁ ୮ହଜାର ଆଶାୟୀ ପରୀକ୍ଷା ଦେଇଛନ୍ତି । ଦେଢ ଘଣ୍ଟାରେ ଗୋଟିଏ ସିଟିଂରେ ପରୀକ୍ଷା ସରିଛି ।

ତେବେ ସମସ୍ତେ ଗୋଟିଏ ସିଟିଂରେ ପରୀକ୍ଷା ଦେଇଥିବା ଜଣାପଡିଛି । ଆଶାୟୀଙ୍କୁ କୌଣସି ଲିଖିତ ପ୍ରଶ୍ନପତ୍ର ଦିଆଯାଇନଥିବାବେଳେ ପ୍ରଶ୍ନ ଡକାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ହୋମଗାର୍ଡ ଚାକିରି ପାଇଁ ପଞ୍ଚମ ଶ୍ରେଣୀ ପାଠ ଶିକ୍ଷାଗତ ଯୋଗ୍ୟତା ଥିବା ବେଳେ ଗ୍ରାଜୁଏଟ ପିଲା ମଧ୍ୟ ପରୀକ୍ଷା ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL