କଟକ : କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କର୍ମଚାରୀଙ୍କ ଆନ୍ଦୋଳନ । ଫଳରେ ରୋଗୀସେବା ସଂପୂର୍ଣ୍ଣ ଠପ । ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ଆଟେଣ୍ଡାଣ୍ଟ ଓ ଅନ୍ୟ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ କ୍ୱେସ ସର୍ଭିସ ପ୍ରୋଭାଇଡର ଜରିଆରେ ଦିଆଯାଇଛି । ଏହି ଆଉଟସୋର୍ସିଂ କର୍ମଚାରୀମାନେ ସେମାନଙ୍କର ଗତ ମାସର ଦରମା ପାଇ ନ ଥିବାରୁ ଆଜି ସକାଳୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ କର୍ମଚାରୀଙ୍କ ଆସୁଥିବା ରୋଗୀମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ।
ଦରମା ନ ପାଇବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଆଉଟସୋର୍ସିଂ କର୍ମଚାରୀ ମାନେ ଅଡ଼ି ବସିଛନ୍ତି । ଏକ ବୈଷୟିକ ସମସ୍ୟା ପାଇଁ କର୍ମଚାରୀମାନେ ଦରମା ଯାଇ ପାରି ନ ଥିବା ସର୍ଭିସ ପ୍ରୋଭାଇଡର କଂପାନୀ ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ସୁଦ୍ଧା କର୍ମଚାରୀଙ୍କ ଦରମା ପ୍ରଦାନ କରାଯିବ ବୋଲି କ୍ୱେସ ଆଣ୍ଡ ବ୍ଲୁ ସ୍ପ୍ରିଂଗର ମ୍ୟାନେଜର କହିଛନ୍ତି ।







