ଓଡ଼ିଶା

ରାଜଧାନୀରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ

ଭୁବନେଶ୍ବର: ରାଜଧାନୀରେ ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ।  ସହିଦନଗର ଅଞ୍ଚଳର ଏକ ହୋଟେଲରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି ।  ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଅକ୍ଷୟ ଦାସ ଓ ମୁକୁନ୍ଦପ୍ରସାଦର ସାହିଲ ଖାଁ ।

ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଡେଟିଂ ଆଳରେ ପୀଡ଼ିତାଙ୍କୁ ରାଜଧାନୀ ଡକାଇଥିଲା ପୁରୁଷବନ୍ଧୁ ।  ପରେ ପୀଡ଼ିତାଙ୍କୁ ନିଜର ଜଣେ ବନ୍ଧୁଙ୍କ ସହ ପରିଚିତ କରାଇଥିଲେ । ହୋଟେଲକୁ ଆଣି ୨ ବନ୍ଧୁ ଗଣଦୁଷ୍କର୍ମ କରିବା ଅଭିଯୋଗ ହୋଇଛି ।  ପୀଡ଼ିତାଙ୍କ ଅଭିଯୋଗ ଓ ସିସିଟିଭି ଆଧାରରେ ଉଭୟଙ୍କୁ ଗିରଫ କରାଯାଇଛି ।  ମାମଲାରେ କମିଶନରେଟ ପୋଲିସର ତନାଘନା ଜାରି ରହିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL