ଓଡ଼ିଶା

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୧୪ ଆହତ

ଗଞ୍ଜାମ: ଘାଟିରୁ ଖସିଲା ପିକନିକ୍ ବସ୍ । ଜଣେ ମୃତ ଏବଂ ୧୪ ରୁ ଅଧିକ ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ବାରିଁଆ ପଥର ଘାଟିରେ ୫୦ ଫୁଟ ତଳକୁ ଖସିପଡ଼ିଛି ପିକନିକ୍ ବସ୍ । ସମସ୍ତ ଆହତଙ୍କୁ ପ୍ରଥମେ ପାତ୍ରପୁର ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

ବସଟି ଏକ ଘରୋଇ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଷ୍ଟାଫଙ୍କୁ ନେଇ ପିକନିକ୍ ଯାଥିଲା । ଫେରିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL