ଓଡ଼ିଶା

ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ଗଲା ରୋଗୀର ଜୀବନ, ହସପିଟାଲ ସିଲ୍

ବ୍ରହ୍ମପୁର:  ରୋଗୀ ମୃତ୍ୟୁ ପରେ ହସପିଟାଲ ସିଲ୍ ।  ଗତକାଲି ରୋଗୀ ମୃତ୍ୟକୁ ନେଇ ଉତ୍ତେଜନା ପରେ ସିଲ୍ ହେଲା ହସପିଟାଲ ।  ହସପିଟାଲ ସମ୍ମୁଖରେ ଧାରଣାରେ ବସିଥିଲେ ପରିବାରଲୋକେ ।  ଜିଲ୍ଲା ପ୍ରଶାସନ ପକ୍ଷରୁ ହସପିଟାଲକୁ ସିଲ୍ କରାଯାଇଛି । ହସ୍ପିଟାଲରେ ଥିବା ସମସ୍ତ ରୋଗୀଙ୍କୁ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।

ଭୁଲ୍ ଇଞ୍ଜେକ୍ସନ ପାଇଁ ମୃତ୍ୟୁ ହୋଇଥିବା ପରିବାରଲୋକଙ୍କ ଅଭିଯୋଗ । ଇଞ୍ଜେକ୍ସନ ପରେ ଗୁରୁତର ହେବାରୁ ଏମକେସିଜି ନିଆଯାଇଥିଲା । ଏମକେସିଜିରେ ମୃତ ଘୋଷଣା କରିଥିଲେ ଡାକ୍ତର ।

ଏହାପରେ, ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଘରୋଇ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା  ।  ପାତ୍ରପୁର ବ୍ଲକ ତୁମ୍ବା ପଞ୍ଚାୟତ ସିନ୍ଦୁରବାଡ଼ ଗାଁର ବିଜୟ ପ୍ରଧାନ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ବିଜୟଙ୍କୁ ଘରୋଇ ହସ୍ପିଟାଲରୁ ଏମକେସିଜି ମେଡିକାଲକୁ ନିଆଯାଇଥିଲା  ।  ଏମକେସିଜି ମେଡିକାଲରେ ବିଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଘରୋଇ ହସ୍ପିଟାଲରେ ଭୁଲ ଚିକିତ୍ସା ଯୋଗୁଁ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତଦେହକୁ ମେଡିକାଲ ସମ୍ମୁଖରେ ରଖି ଧାରଣାରେ ବସିଥିଲେ ପରିବାର ଲୋକେ ।  ପୋଲିସ ଓ ପ୍ରଶାସନର ବୁଝାସୁଝା ପରେ ଧାରଣାରୁ ହଟିଲେ ମୃତକଙ୍କ ପରିବାର ଲୋକେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL