ଜାତୀୟ

ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲ ନବଜାତ ୱାର୍ଡରେ ଅଗ୍ନିକାଣ୍ଡ, ଜଣେ ମୃତ, ୨ ଗୁରୁତର

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲା ହସ୍ପିଟାଲରେ ନବଜାତ NICU ରେ ଅଗ୍ନିକାଣ୍ଡ ହୋଇଛି । ଶନିବାର ମଧ୍ୟରାତ୍ରିରେ ଏକ ୱାର୍ମର ମେସିନରେ ହଠାତ୍ ସ୍ପାର୍କିଂ ହୋଇ ନିଆଁ ଲାଗିଯାଇଥିଲା । ଫଳରେ ୱାର୍ଡରେ ଥିବା ତିନୋଟି ନବଜାତ ଶିଶୁ ଗୁରୁତର ଭାବେ ପୋଡ଼ି ଯାଇଛନ୍ତି । ଏମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜବଲପୁର ମେଡିକାଲ କଲେଜକୁ ରେଫର କରାଯାଇଥିଲା । ଏମାନଙ୍କ ମଧ୍ୟରୁ ଜଣେ ପିଲାର ଜୀବନ ଚାଲିଯାଇଥିବା ଜଣାପଡିଛି ।

ଜନ୍ମ ପରେ ନବଜାତ ଶିଶୁମାନଙ୍କର ଶରୀରର ତାପମାତ୍ରା ସ୍ବାଭାବିକ ରଖିବା ଏବଂ ଚିକିତ୍ସାଗତ ଦୃଷ୍ଟିରୁ ତଦାରଖ କରିବା ପାଇଁ ଶିଶୁମାନଙ୍କୁ ଏହି ୱାର୍ମରରେ ରଖାଯାଇଥାଏ । ରାତିରେ ହଠାତ୍ ୱାର୍ମରର ହିଟିଂ ୟୁନିଟ୍ ଫିଲାମେଣ୍ଟରେ ସ୍ପାର୍କିଂ ହୋଇ ନିଆଁ ବ୍ୟାପିଯାଇଥିଲା, ଯାହାଫଳରେ ନିଆଁ ଲାଗିଯାଇଥିଲା । ଖବର ପାଇବା କ୍ଷଣି ଡାକ୍ତର ଏବଂ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ତିନି ନବଜାତଙ୍କୁ ସୁରକ୍ଷିତ ଭାବେ ବାହାର କରି ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ ।

ପ୍ରାଥମିକ ତଥ୍ୟରୁ ୱାର୍ମରର ବୈଷୟିକ ତ୍ରୁଟି ଏବଂ ଫିଲାମେଣ୍ଟ ସ୍ପାର୍କିଂକୁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି । କର୍ତ୍ତୃପକ୍ଷ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରିଛନ୍ତି । ହସପିଟାଲ ପ୍ରବନ୍ଧନ ଦ୍ବାରା ସଂପୂର୍ଣ୍ଣ ମାମଲାର ଯାଞ୍ଚ କରାଯାଉଛି । ନିଆଁ ଲାଗିବାର କାରଣ ଖୋଜା ଚାଲିଛି । ଘଟଣାରେ କୌଣସି ଦାୟିତ୍ବହୀନତା ରହିଛି କି ନାହିଁ, ତାହାର ମଧ୍ୟ ଯାଞ୍ଚ ଚାଲିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL