କୁଜଙ୍ଗ: କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ସ୍ଥିତ ସତ୍ୟସାଇ ଜ୍ଞାନ ବିକାଶ ବିଦ୍ୟାଳୟରେ ଆଜି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ରଶିରେ ଫାଶିହୋଇ ଆତ୍ମହତ୍ଯା କରିଥିବା ଜଣାପଡିଛିା ଘଟଣାରୁ ପ୍ରକାଶ ଯେ,ରଘୁନାଥ ପୁର ଅଂଚଳର ଆଶୁତୋଷ ବେହେରା (୧୪) ପଙ୍କପାଳସ୍ଥିତ ଜ୍ଞାନ ବିକାଶ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ରକ୍ଷା ବନ୍ଧନ ଅବସରରେ ତାଙ୍କ ପିତା,ମାତା ତାଙ୍କୁ ଘରକୁ ନେଇଥିଲେ। ବିଦ୍ୟାଳୟକୁ ଫେରିବାର ଇଛା ନଥିବା ସତ୍ତ୍ବେ ତାଙ୍କୁ ଆଜି (ଶୁକ୍ରବାର) ପୂର୍ବାହ୍ନ ୧୦ ଟା ସମୟରେ ପିତାମାତା ଆଶୁତୋଷଙ୍କୁ ବିଦ୍ୟାଳୟରେ ଛାଡ଼ିଆସିଥିଲେ।
ସତ୍ୟସାଇ ଜ୍ଞାନ ବିକାଶ ବିଦ୍ୟାଳୟ ହଷ୍ଟେଲରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା







