ଜାତୀୟ

ଇନ୍ଧନ ରପ୍ତାନି ଉପରେ ବଢ଼ିଲା ଟିକସ, ପେଟ୍ରୋଲ ୧.୫, ଡିଜେଲ ୧ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ କେନ୍ଦ୍ର ସରକାର ଟିକସ ବୃଦ୍ଧି କରିଛନ୍ତି। ଏବେ ପେଟ୍ରୋଲ ରପ୍ତାନିରେ ଲିଟର ପିଛା ଅଧିକ ୧.୫ ଟଙ୍କା ୱିଣ୍ଡଫଲ୍ ଟ୍ୟାକ୍ସ (ଆକସ୍ମିକ ଲାଭ ଉପରେ ଟିକସ) ଲଗାଇଛନ୍ତି। ପୂର୍ବରୁ ଏହା ଉପରୁ କୌଣସି ଟିକସ ଆଦାୟ କରାଯାଉ ନ ଥିଲା। ସେହିପରି ଡିଜେଲ ରପ୍ତାନି ଉପରେ ଲିଟର ପ୍ରତି ଟିକସ ଏକ ଟଙ୍କା ବୃଦ୍ଧି କରାଯାଇଛି। ଏଥିସହିତ ମୋଟ ଟିକସ ବୃଦ୍ଧି ପାଇ ୨୫ ଟଙ୍କାରେ ପହଞ୍ଚି ଯାଇଛି। ଏଥିରେ ସ୍ପେସିଆଲ ଆଡିସନାଲ ଏକ୍ସାଇଜ ଡ୍ୟୁଟି (ଏସଏଇଡି) ଓ ରାସ୍ତା ଓ ଭିତ୍ତିଭୂମି ସେସ (ଆରଆଇସି) ସାମିଲ ରହିଛିି। ତେବେ ବିମାନ ଇନ୍ଧନ (ଏଟିଏଫ) ରପ୍ତାନି ଉପରୁ ଲିଟର ପିଛା ଟିକସ ୫୦ ପଇସା ହ୍ରାସ କରାଯାଇଛି। ଏହା ସହିତ ଏଟିଏଫ ଉପରେ ଥିବା ଟିକସ ୧୯.୫ରୁ ହ୍ରାସ ପାଇ ୧୯ ଟଙ୍କା ହୋଇଯାଇଛି। ଏହି ନୂଆ ମୂଲ୍ୟ ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହୋଇଛି। ଅର୍ଥ ମନ୍ତ୍ରଣାଳୟର ନିର୍ଦେଶ ଅନୁଯାୟୀ, ପେଟ୍ରୋଲ ରପ୍ତାନି ଉପରେ ଏବେ ଲିଟର ପିଛା ୧.୫ ଟଙ୍କାର ଏସଏଇଡି ଲାଗିବ। ସେହିପରି ଡିଜେଲରେ ୨୪ ଟଙ୍କାର ଏସଏଇଡି ଓ ୧ ଟଙ୍କାର ଆରଆଇସି ସେସ ସାମିଲ ରହିଛି। ଏହା ବ୍ୟତୀତ ଏଟିଏଫ ଉପରୁ ଲିଟର ପିଛା ୧୯ ଟଙ୍କା ଏସଏଇଡି ଆଦାୟ କରାଯିବ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL