ଓଡ଼ିଶା

ଯୁବକଙ୍କୁ ନିର୍ମମ ହତ୍ୟା ! ଡ୍ରେନରୁ ମୃତଦେହ ଉଦ୍ଧାର

ରାଉରକେଲା: ବୀଭତ୍ସ ହତ୍ୟା । ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନକୁ ଫିଙ୍ଗିଦେଲେ ଦୁର୍ବୃତ୍ତ । ରାଉରକେଲା ସହରର ବ୍ରାହ୍ମଣୀ ତରଙ୍ଗ ଥାନା IDC ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ନିକଟରେ ଥିବା ଏକ ଡ୍ରେନରେ ପଡ଼ିଛି ମୃତଦେହ । ଯୁବକଙ୍କ ପରିଚୟ ମିଳିନାହିଁ । ଫରେନସିକ୍ ଟିମ୍ ଆସିବା ପରେ ଅଧିକ ତଥ୍ୟ ଜଣାପଡ଼ିବ । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।

ପ୍ରାଥମିକ ସୂଚନା ଅନୁସାରେ, ମୃତ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତର ଚିହ୍ନ ରହିଛି । ଏହି ଆଘାତକୁ ଦେଖି ତାଙ୍କୁ କୌଣସି ଧାରୁଆ କିମ୍ବା ଭାରୀ ବସ୍ତୁରେ ଆକ୍ରମଣ କରାଯାଇଥିବା ସନ୍ଦେହ ପ୍ରକାଶ ପାଇଛି । ତେଣୁ ଏହା ଏକ ହତ୍ୟାକାଣ୍ଡ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ହତ୍ୟା ପରେ ମୃତଦେହକୁ ଘଟଣାସ୍ଥଳରୁ ଅନ୍ୟତ୍ର ନେଇ ଡ୍ରେନ୍ ଭିତରେ ଫିଙ୍ଗି ଦିଆଯାଇଥିବା ନେଇ ମଧ୍ୟ ଆଶଙ୍କା କରାଯାଉଛି । ତେବେ ଏହା ପଛରେ କିଏ ରହିଛି ଏବଂ ପ୍ରକୃତରେ କ’ଣ ଘଟିଥିଲା, ତାହା ଏବେ ପୋଲିସ ତଦନ୍ତରୁ ହିଁ ସ୍ପଷ୍ଟ ହେବ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ଡ୍ରେନ୍ ଭିତରୁ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାସ୍ଥଳରେ ଛାନଭିନ୍ ଆରମ୍ଭ କରିଛି । ମୃତକଙ୍କ ପରିଚୟ ଜାଣିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL