ଓଡ଼ିଶା

ଧାରୁଆ ଅସ୍ତ୍ରରେ ଜ୍ୱାଇଁଙ୍କୁ ହାଣିଦେଲା ଶ୍ବଶୁର, ଅବସ୍ଥା ସଂକଟାପନ୍ନ

କାମାକ୍ଷାନଗର : ଜ୍ୱାଇଁଙ୍କୁ ହାଣିଦେଲା ଶ୍ବଶୁର ।  ଗୁରୁତର ଅବସ୍ଥାରେ ଜ୍ୱାଇଁଙ୍କୁ କଟକ ସ୍ଥାନାନ୍ତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ କାମାକ୍ଷାନଗର ଥାନା ଜନ୍ତାରିବୋଲ ଗାଁରେ l ଶ୍ବଶୁର ଘରକୁ ଆସିଥିବା ବେଳେ ଜ୍ୱାଇଁକୁ ହାଣିଲେ l ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ମେଡିକାଲ ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଛି l ଗୁରୁତର ଜ୍ୱାଇଁ ଜଣକ ପାଳଲହଡା ଅଞ୍ଚଳର ଅଜୁ ବାନରା ବୋଲି ସୂଚନା ମିଳିଛି l

ସୂଚନା ଅନୁସାରେ ଅଜୁ ଗତକାଲି ନିଜ ଶ୍ୱଶୂର ଘର ଜନ୍ତାରିବୋଲ ଆସିଥିଲେ l ଆଜି କୌଣସି କାରଣକୁ ନେଇ ଅଜୁ ଓ ତାଙ୍କ ଶ୍ୱଶୂରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଫଳରେ ଉତ୍ତ୍ୟକ୍ତ ହୋଇ ଶ୍ବଶୁର  ଏକ ମାଂସକଟା ଧାରୁଆଅସ୍ତ୍ରରେ ଅଜୁଙ୍କ ବେକକୁ ହାଣି ପକାଇଥିଲେ l ଅଜୁଙ୍କ ବେକର ପ୍ରାୟ ଅର୍ଦ୍ଧାଧିକ ଅଂଶ କଟିଯାଇଛି । ଅଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପର୍ଣ୍ଣ ଥିବାବେଳେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି  l

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL