ଜାତୀୟ

ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୯ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ପାକିସ୍ତାନର ଘାତକ ଏୟାରଷ୍ଟ୍ରାଇକ । ୯ ନାଗରିକଙ୍କ ମୃତ୍ୟୁ ଦାବି କଲା କାବୁଲ । ୨୨ ଆତଙ୍କବାଦୀ ନିହତ ହୋଇଥିବା କହିଲା ଇସଲାମାବାଦ। ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ପୁଣି ବଢ଼ିଛି ଉତ୍ତେଜନା। ଆଫଗାନିସ୍ତାନ ଭିତରେ ପାକିସ୍ତାନ ପୁଣି ଏୟାରଷ୍ଟ୍ରାଇକ୍ କରିଛି। ଆକ୍ରମଣରେ ୯ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଏବଂ ୧୧ ଜଣ ଆହତ ହୋଇଥିବା ତାଲିବାନ ସରକାର ଦାବି କିରିଛନ୍ତି।

ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା କହିଛି କାବୁଲ। ଅନ୍ୟପଟେ ପାକିସ୍ତାନ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରିଥିବା ଅଭିଯୋଗକୁ ଖଣ୍ଡନ କରିଛି। ଆକ୍ରମଣରେ ୨୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଇସଲାମାବାଦ ଦାବି କରିଛି। ପୂର୍ବ ଆଫଗାନିସ୍ତାନର କୁନାର ଏବଂ ଦକ୍ଷିଣର ହେଲମଣ୍ଡ ପ୍ରଦେଶରେ ଏହି ଆକ୍ରମଣ ହୋଇଛି। କୁନାରରେ ଏକ ଘର ଉପରେ ଆକ୍ରମଣ ଯୋଗୁଁ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ତାଲିବାନ ପକ୍ଷରୁ ଅଭିଯୋଗ କରାଯାଇଛି। ଆଫଗାନିସ୍ତାନ ଏହାକୁ ନିଜ ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହିଛି। ପାକିସ୍ତାନ କହିଛି ଗୁଇନ୍ଦା ସୂଚନା ଆଧାରରେ ଆଫଗାନିସ୍ତାନ ଭିତରେ ଥିବା ଆତଙ୍କବାଦୀ ଠିକଣାକୁ ଟାର୍ଗେଟ୍ କରାଯାଇଥିଲା।

ଅପରେସନ୍ ରେ ୨୨ ଜଣ ଆତଙ୍କବାଦୀ ନିହତ ହେବା ସହ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ନଷ୍ଟ ହୋଇଛି। ପାକିସ୍ତାନ ଓ ଆଫଗାନ ତାଲିବାନ ମଧ୍ୟରେ ବିବାଦର କେନ୍ଦ୍ରରେ ରହିଛି ତେହରିକ୍-ଇ-ତାଲିବାନ ପାକିସ୍ତାନ ବା TTP। ପାକିସ୍ତାନର ଅଭିଯୋଗ, TTP ସଦସ୍ୟମାନେ ପାକିସ୍ତାନରେ ସୀମା ପାର ଆତଙ୍କବାଦ ଚଳାଇଛନ୍ତି। ଅନ୍ୟପଟେ ନିଜ ଭୂମିକୁ ପାକିସ୍ତାନ ବିରୋଧୀ ଆକ୍ରମଣ ପାଇଁ ବ୍ୟବହାର ହେବାକୁ ଦିଆଯାଉଥିବା ଅଭିଯୋଗକୁ ଆଫଗାନ ତାଲିବାନ ସରକାର ଅସ୍ୱୀକାର କରିଆସିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL