ଭୁବନେଶ୍ୱର : ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଏସ୍.କେ ମୁରଲୀଧରନଙ୍କ ପରଲୋକ । ଭୁବନେଶ୍ୱର ସ୍ଥିତ ଏକ ହୋଟେଲରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ମୁରଲୀଧରନଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ତାଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି । ମୁରଲୀଧରନଙ୍କ ମୃତ୍ୟୁରେ .ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି । ପ୍ରଖ୍ୟାତ ନିର୍ଦ୍ଦେଶକ ମୁରଲୀଧରନଙ୍କ ମୃତ୍ୟୁକୁ ନେଇ ବଢ଼ିଲା ରହସ୍ୟ ।
ମୁରଲୀଧରନଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ, ତଦନ୍ତ ଜାରି ରହିଛି । ମୁରଲୀଧରନ ଓଡିଆ ସେନେ ଜଗତକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି । ସେଗୁଡିକ ମଧ୍ୟରେ ଅଛି ଫିଲ୍ମ ଛାତି ଚିରି ଦେଲେ ତୁ, ନେଇ ଯାରେ ମେଘ ମୋତେ, ଆକେଶ କି ରଙ୍ଗ ଲାଗିଲା ଭଳି ସୁପର ଡୁପର ହିଟ୍ ଫିଲ୍ମ । ଓଲିଉଡରେ ମୁରଲୀଧରନ ନିର୍ଦ୍ଦେଶକ ଭାବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।





