ଓଡ଼ିଶା

କୁଖ୍ୟାତ ଅପରାଧୀ ଦେବାଶିଷ ନାୟକ ଘର ଉପରେ ବୁଲିଲା ବୁଲ୍‌ଡୋଜର

ଭୁବନେଶ୍ୱର: ଭୁବନେଶ୍ୱରର ପେଶାଦାର ଅପରାଧୀ ଦେବାଶିଷ ନାୟକ ଓରଫ୍ ‘ସାଲୁ’ର ବେଆଇନ ଘର ଉପରେ ବୁଲଡୋଜର ଚାଲିଛି। ସାଲୁର ଘର ଭାଙ୍ଗିଲା ଚନ୍ଦ୍ରଶେଖରପୁର ପୋଲିସ। ଭୁବନେଶ୍ୱର ମହାନଗର ନିଗମ (BMC) ଏବଂ ଚନ୍ଦ୍ରଶେଖରପୁର ଥାନା ପୋଲିସ ମିଳିତ ଭାବେ ଏହି ବଡ଼ ଧରଣର ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାର FR କଲୋନୀରେ ସାଲୁ ଏହି ବେଆଇନ ନିର୍ମାଣ କରିଥିଲା। କମିଶନରେଟ୍ ପୋଲିସର ଅପରାଧୀଙ୍କ ପ୍ରତି ଥିବା ‘ଜିରୋ ଟଲରାନ୍ସ’ (ଶୂନ୍ୟ ସହନଶୀଳତା) ନୀତି ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ସାଲୁ ନାମରେ ଏକାଧିକ ଅପରାଧିକ ମାମଲା (ହତ୍ୟା ମାମଲା ସମେତ) ରହିଛି। ସରକାରୀ ଜମି ଜବରଦଖଲ କରି ଗଢ଼ାଯାଇଥିବା ତାର ସମସ୍ତ ବେଆଇନ ଆଡ୍ଡାକୁ ଜେସିବି/ବୁଲଡୋଜର ସାହାଯ୍ୟରେ ମାଟିରେ ମିଶାଇ ଦିଆଯାଇଛି।

ବହୁ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସର ପ୍ରୟାସ ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦୁର୍ଗାପୂଜା ଉତ୍ସବ ପୂର୍ବରୁ ରାଜଧାନୀ ସହରରେ ଅପରାଧୀ ତତ୍ତ୍ୱମାନଙ୍କ ଉପରେ କମିଶନରେଟ୍ ପୋଲିସ କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL