ଓଡ଼ିଶା

ଭୁବନେଶ୍ୱର ମହାନଗର ନିଗମ ଅଧିନ ଅଞ୍ଚଳରେ ପୂଜା କମିଟିଗୁଡ଼ିକ ପାଇଁ “ଗ୍ରାଉଣ୍ଡ ଭଡ଼ା” ସମ୍ପୂର୍ଣ୍ଣ ଛାଡ଼

ଭୁବନେଶ୍ୱର : ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇସାରିଛି ।  ସାର୍ବଜନୀନ ଦୁର୍ଗା ପୂଜାଠାରୁ ଆରମ୍ଭ କରି ଗଜଲକ୍ଷ୍ମୀ ପୂଜା, କାଳି ପୂଜା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ କମିଟି ମାଧ୍ୟମରେ ପୂଜାନୁଷ୍ଠାନଗୁଡିକରେ ପୂଜା ଆୟୋଜନ କରାଯିବ । ପୂଜା କମିଟିଗୁଡ଼ିକ ପାଇଁ “ଗ୍ରାଉଣ୍ଡ ଭଡ଼ା” ସମ୍ପୂର୍ଣ୍ଣ ଛାଡ଼ କରାଯିବା ନେଇ ଘୋଷଣା କରାଯାଇଛି ।  ପାର୍ବଣ ଋତୁରେ ଭୁବନେଶ୍ୱରବାସୀ ଓ ପୂଜା କମିଟିଗୁଡ଼ିକ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ସ୍ୱାଗତଯୋଗ୍ୟ ନିଷ୍ପତି ଗ୍ରହଣ କରିଛନ୍ତି  ।  ଭୁବନେଶ୍ୱର ମହାନଗର ନିଗମ ଅଧିନ ଅଂଚଳରେ ଆସନ୍ତା ଅକ୍ଟୋବର ୧୭ ରୁ ନଭେମ୍ବର ୧୮ପର୍ଯ୍ୟନ୍ତ ସର୍ବସାଧାରଣରେ ପୂଜାତ୍ସୋବ ଆୟୋଜନ କରୁଥିବା ପୂଜା କମିଟିଗୁଡ଼ିକ ପାଇଁ “ଗ୍ରାଉଣ୍ଡ ଭଡ଼ା” ସମ୍ପୂର୍ଣ୍ଣ ଛାଡ଼ କରାଯିବା ନେଇ ଘୋଷଣା କରାଯାଇଛି ।

ପୂର୍ବରୁ ବିଭିନ୍ନ ପୂଜା ମଣ୍ଡପ ଓ କମିଟିଗୁଡ଼ିକୁ ୧୦,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ “ଗ୍ରାଉଣ୍ଡ ଭଡ଼ା” ଦେବାକୁ ପଡ଼ୁଥିଲା । ଏହି ଭଡ଼ା ସମ୍ପୂର୍ଣ୍ଣ ଛାଡ଼ ହେବା ଫଳରେ ପୂଜା କମିଟିଗୁଡ଼ିକ ଉପରୁ ବିପୁଳ ଆର୍ôଥକ ବୋଝ ହ୍ରାସ ପାଇଛି, ଯାହାଫଳରେ ସେମାନେ ଆହୁରି ଉତ୍ସାହର ସହ ପାର୍ବଣ ଆୟୋଜନ କରିପାରିବେ । ରାଜ୍ୟ ସରକାରଙ୍କ ଏହି ସାଂସ୍କୃତିକ ଓ ପାରମ୍ପରିକ ଅନୁକୂଳ ନିଷ୍ପତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସରକାରଙ୍କୁ ରାଜ୍ୟ ବିଜେପି ତରଫରୁ ମାନ୍ୟବର ଏକାମ୍ର ଭୁବନେଶ୍ୱର ବିଧାୟକ ଶ୍ରୀ ବାବୁ ସିଂ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।

ଏଥି ସହ ସମସ୍ତ ପୂଜା ଆୟୋଜକମାନେ ଉତ୍ସବକୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ, ସ୍ୱଚ୍ଛ ଏବଂ ପରିବେଶ ଅନୁକୂଳ ଭାବେ ପାଳନ କରିବା ପାଇଁ ସଙ୍କଳ୍ପବଦ୍ଧ ହେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ବଦାନ୍ୟତା ସମଗ୍ର ରାଜଧାନୀରେ ପାର୍ବଣର ଆନନ୍ଦକୁ ଦ୍ୱିଗୁଣିତ କରିବ ବୋଲି ଶ୍ରୀ ସିଂ କହିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL