ଓଡ଼ିଶା

ଗୋଟିଏ କୋଠରୀରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆପଡା : ଖଡ଼ିଆଳରେ ଚାଞ୍ଚଲ୍ୟ । ଗୋଟିଏ କୋଠରୀରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର । ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଖମତରେଇ ଗାଁରେ ଅଭାବନୀୟ ଘଟଣା । ଝୁଲନ୍ତା ଅବସ୍ଥାରେ ସ୍ତ୍ରୀଙ୍କ ମୃତଦେହ ରହିଥିବା ବେଳେ ସ୍ୱାମୀଙ୍କ ମୃତଦେହ ଖଟ ଉପରେ ପଡିରହିଛି ।

ମୃତ ଦମ୍ପତି ହେଲେ ସଂକୀର୍ତ୍ତନ ଗହୀର ଓ ତାଙ୍କ ସ୍ତ୍ରୀ ସୁଭଦ୍ରା ପୋଡ। ଖବର ପାଇ ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଦମ୍ପତିଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି । ସେମାନଙ୍କ ବିବାହ ପ୍ରାୟ ଦେଢ଼ ବର୍ଷ ପୂର୍ବେ ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL