ଭୁବନେଶ୍ୱର : ‘ଆସନ୍ତା ୧୯ ଓ ୨୦ରେ ବନ୍ଦ ରହିବ ଏମ୍ସ ଓପିଡି | ମହାନବମୀ’ ଓ ‘ଦଶହରା’ ଅବସରରେ ଆସନ୍ତା ୧୯ ଏବଂ ୨୦ ତାରିଖରେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଡାକ୍ତରଖାନାରେ ବହିର୍ବିଭାଗ (ଓପିଡି) ସେବା ବନ୍ଦ ରହିବ।
ଏ ନେଇ ଭୁବନେଶ୍ୱର ଏମ୍ସର ମେଡିକାଲ ଅଧୀକ୍ଷକଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ଏହି ଦୁଇ ଦିନ ଡାକ୍ତରଖାନାରେ ସାଧାରଣ ଓପିଡି ସେବା ଉପଲବ୍ଧ ହେବ ନାହିଁ ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।









