ଭୁବନେଶ୍ୱର : ଟ୍ବିନ ସିଟିରେ ପୂଜା କମିଟିଗୁଡିକୁ କମିଶନରେଟ୍ ପୋଲିସର ଶକ୍ତ ଚେତାବନୀ। ଗାଇଡ୍ ଲାଇନ୍ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ। ପୋଲିସର କାମ ସୁରକ୍ଷା ପ୍ରଦାନ, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ। କିନ୍ତୁ ପୂଜା ଆୟୋଜନରେ ପୂଜା କମିଟିଗୁଡିକ ସମ୍ପୂର୍ଣ୍ଣ ଉତ୍ତରଦାୟୀ। ସିସିଟିଭି ଲଗାଇବା, ସ୍ବେଚ୍ଛାସେବୀ ନିୟୋଜିତ କରିବା ଓ ପର୍ଯ୍ୟପ୍ତ ଅଗ୍ନୀ ନିରାପତ୍ତା ବ୍ୟବସ୍ଥା ରଖିବା ଦାୟିତ୍ବ ପୂଜା କମିଟିର କାମ।
ଏଥିରେ ୧ ପ୍ରତିଶତ ମଧ୍ୟ ଖିଲାପ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାନବୀ ଦେଇଛନ୍ତି ପୋଲିସ କମିଶନର। କହିଛନ୍ତି, କଟକ-ଭୁବନେଶ୍ୱରରେ ୧୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ମଣ୍ଡପଗୁଡ଼ିକ ପାଇଁ ସୁରକ୍ଷା ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି। ସମସ୍ତ ପୂଜା କମିଟି ଓ ଆୟୋଜକଙ୍କୁ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପୋଲିସ ନିର୍ଦ୍ଦେଶ ଦେଇଛି। ବିଶେଷକରି ମଣ୍ଡପଗୁଡ଼ିକର ଗଠନମୂଳକ ନିରାପତ୍ତା , ବିଦ୍ୟୁତ ସୁରକ୍ଷା ଏବଂ ଅଗ୍ନି ନିର୍ବାପକ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।








