ଜାତୀୟ

ଇସ୍ରାଏଲ୍‌ର ସ୍ୱାଧୀନତା ଦିବସରେ ପିଏମ୍ ମୋଦିଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ

ନୂଆଦିଲ୍ଲୀ: ଇସ୍ରାଏଲ୍‌ର ସ୍ବାଧୀନତା ଦିବସ ଉତ୍ସବରେ ଯୋଗଦେବା ସହ ମଶାଲ ପ୍ରଜ୍ୱଳନ (Torch lighting) କରିବା ପାଇଁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦfଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରିଛନ୍ତି। ୨୨ ଅକ୍ଟୋବର ୨୦୨ରେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଏକ ଟେଲିଫୋନ୍ ଆଲୋଚନା ସମୟରେ ନେତନ୍ୟାହୁ ଏହି ଆମନ୍ତ୍ରଣ ଜଣାଇଛନ୍ତି।

ଇସ୍ରାଏଲ୍ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦୁବାଇ-ତେଲ୍ ଆଭିଭ୍ ବିମାନର ସାହସୀ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାର ମଧ୍ୟ ମଶାଲ ପ୍ରଜ୍ୱଳନ କରିବେ। ନିକଟରେ ବିମାନର କକପିଟ୍ ଭିତରେ ହୋଇଥିବା ଏକ ଆକ୍ରମଣକୁ ବିଫଳ କରି ଶତାଧିକ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବାରୁ ନେତନ୍ୟାହୁ କ୍ୟାପ୍ଟେନ୍ ସ୍ମିତଙ୍କୁ ‘ବୀର’ ବୋଲି ପ୍ରଶଂସା କରିଛନ୍ତି।

ଏହି ନିମନ୍ତ୍ରଣ ପାଇଁ ପିଏମ୍ ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହିତ ସେ କହିଛନ୍ତି ଯେ, ଜଳ ହେଉ କିମ୍ବା ଆକାଶ ମାର୍ଗ, ଭାରତ ଓ ଇସ୍ରାଏଲ୍ ସବୁବେଳେ ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢ଼େଇ କରୁଛନ୍ତି। ଉଭୟ ପ୍ରଧାନମନ୍ତ୍ରୀ ପରସ୍ପର ମଧ୍ୟରେ ଥିବା ଦଶନ୍ଧି ପୁରୁଣା ବନ୍ଧୁତା ଓ କୂଟନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL