ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ! ଅଭିଯୁକ୍ତକୁ ସହଯୋଗ କରିଥିବା ଅଭିଯୋଗରେ ଜଣଙ୍କ ଘର ଭାଙ୍ଗି ଦେଲେ ଉତ୍ତ୍ୟକ୍ତ ଲୋକେ । ବର୍ତ୍ତନା ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ।
ଘଟଣାସ୍ଥଳରେ ତିନି ଜଣ ଡିଏସପି, ଜଣେ ଆଡିସନାଲ ଏସପିଙ୍କ ସମେତ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ସୂଚନା ମୁତାବକ ମୃତକ ନାବାଳିକାଙ୍କର ଜଣେ ଘନିଷ୍ଠ ସାଙ୍ଗ ଓ ସାଙ୍ଗର ମାଆର ହାତ ଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ତାଙ୍କ ଘର ଭାଙ୍ଗି ଦେଇଛନ୍ତି । ନାବାଳିକାଙ୍କ ମୃତ୍ୟୁ ପଛରେ କେଉଁ କାରଣ ରହିଛି ଏବଂ ଏହି ଘଟଣାରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ଜାଣିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି ।








