ଓଡ଼ିଶା

ଅର୍ଣ୍ଣବ ପ୍ରଭାବରେ ପୁରୀରେ ବର୍ଷା, ବେଳାଭୂମିରେ ଲାଗିଲା ନାଲି ପତାକା

ପୁରୀ  : ଆସୁଛି ବାତ୍ୟା ଅର୍ଣ୍ଣବ । ବାତ୍ୟା ଅର୍ଣ୍ଣବର ପ୍ରଭାବ ପୁରୀରେ ଅନୁଭୂତ ହେଉଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ମଝିରେ ମଝିରେ ହାଲୁକା ପବନ ବହୁଛି। ସେପଟେ ଅଶାନ୍ତ ହୋଇପଡ଼ିଛି ସମୁଦ୍ର। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମୁଦ୍ରକୂଳରେ ନାଲି ପତାକା ଲଗାଇଛି ପ୍ରଶାସନ। ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଥିବା ବେଳେ ସୁରକ୍ଷା ପାଇଁ ନିୟୋଜିତ ଅଛନ୍ତି ଲାଇଫ୍ ଗାର୍ଡ।

ବାତ୍ୟା ପ୍ରଭାବରେ ପୁରୀରେ ପାଗ ବଦଳିଛି। ବାରମ୍ବାର ବର୍ଷା ହେଉଥିବାରୁ ଜନଜୀବନ ପ୍ରଭାବିତ ହେଉଛି। ସମୁଦ୍ର ଅଶାନ୍ତ ରହିଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ସମୁଦ୍ରକୂଳରେ ଲାଇଫ୍ ଗାର୍ଡଙ୍କ ସହ ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀ ପଇଁତରା ମାରୁଛନ୍ତି। ସମୁଦ୍ର ଭିତରକୁ ନ ଯିବା ପାଇଁ ପର୍ଯ୍ୟଟକଙ୍କୁ ସତର୍କ କରାଯାଉଛି | ବାତ୍ୟା ପ୍ରଭାବରେ ପାଗରେ ପରିବର୍ତ୍ତନ ହେଉଥିବାରୁ ପ୍ରଶାସନର ସତର୍କତା ଓ ସୁରକ୍ଷା ନିୟମ ମାନିବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଉଛି।

ସୂଚନାଯୋଗ୍ୟ ଯେ, ବାତ୍ୟା ଅର୍ଣ୍ଣବ ବର୍ତ୍ତମାନ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ବିଶାଖାପାଟନମ ଠାରୁ ୨୨୦ ଏବଂ କାକିନାଡ଼ା ଠାରୁ ୨୪୦, ଗୋପାଳପୁର ଠାରୁ ୩୭୦ କିମି ଦୂରରେ ରହିଛି । ଘଣ୍ଟା ପ୍ରତି ୨୦ କିମି ବେଗରେ ଆଗକୁ ବଢୁଛି ବାତ୍ୟା ଅର୍ଣ୍ଣବ। ପଶ୍ଚିମ ମୁହାଁ ହୋଇ ସନ୍ଧ୍ୟା ବେଳକୁ ଆହୁରି ଶକ୍ତିଶାଳୀ ହେବ ଏବଂ ଉତ୍ତର ପଶ୍ଚିମ ମୁହାଁ ହୋଇ ଆନ୍ଧ୍ର ପ୍ରଦେଶ ଅତିକ୍ରମ କରି ଶକ୍ତିଶାଳୀ ହେବ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL