ଓଡ଼ିଶା

ମହିଳା ଜେଲରଙ୍କୁ ନିର୍ଯାତନା ଅଭିଯୋଗ, ମାମଲା ରଦ୍ଦ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ଆଇପିଏସ୍ ଅଫିସର ସୁଶାନ୍ତ ନାଥ

କଟକ: ବିବାଦରେ ଫସିଛନ୍ତି ଓଡ଼ିଶା ପୋଲିସ ଡିଜି ଦୌଡ଼ରେ ଥିବା ବରିଷ୍ଠ ଆଇପିଏସ୍ ଅଫିସର ସୁଶାନ୍ତ ନାଥ । ମହିଳା ଜେଲରଙ୍କୁ ପକ୍ଷରୁ ତାଙ୍କ ବିରୋଧରେ ହୋଇଛି ଯୌନ ନିର୍ଯାତନା ଅଭିଯୋଗ । ଚୌଦ୍ବାର ଥାନାରେ ତାଙ୍କ ବିରୋଧରେ ହୋଇଥିବା ଏହି ଅଭିଯୋଗ ଏବେ ଜେଲ୍ ବିଭାଗ ମୁହଁରେ କଳା ବୋଳିଦେଇଛି । ଅବଶ୍ୟ ଏହି ମାମଲାକୁ ଚ୍ୟାଲେଞ୍ଜ କରିଛନ୍ତି ସୁଶାନ୍ତ । ମହିଳା ଜେଲରଙ୍କ ପକ୍ଷରୁ ଦାୟର ହୋଇଥିବା ଯୌନ ନିର୍ଯାତନା ଅଭିଯୋଗ ମାମଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ସୁଶାନ୍ତ ନାଥ ଉକ୍ତ ମାମଲାକୁ ରଦ୍ଦ କରିବା ପାଇଁ ଅନୁରୋଧ କରିବା ସହ ହାଇକୋର୍ଟଙ୍କୁ ଅନ୍ତରୀଣ ସୁରକ୍ଷା ମଧ୍ୟ ଲୋଡ଼ିଛନ୍ତି । ସେପଟେ ପୂରା ଘଟଣାର ମଧ୍ୟସ୍ଥି କୁହାଯାଉଥିବା କୁଲଦୀପ ରଥ ମଧ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏତଲା ରଦ୍ଦ ପାଇଁ ସେ ମଧ୍ୟ ଆବେଦନ କରିବା ସହିତ ଆଗୁଆ ଜାମିନ ଲୋଡ଼ିଛନ୍ତି।

କାହିଁକି ବିବାଦରେ ସୁଶାନ୍ତ ନାଥ ?

ଚୌଦ୍ବାର ସର୍କଲ୍ ଜେଲ୍‌ର ପୂର୍ବତନ ମହିଳା ଜେଲରଙ୍କ ଅଭିଯୋଗ ଅନୁସାରେ, ଜେଲ୍ ଡିଜି ସୁଶାନ୍ତ ନାଥ ତାଙ୍କୁ ଦୁଇଥର କଟକର ଦୁଇଟି ହୋଟେଲ୍‌କୁ ରାତିରେ ଏକୁଟିଆ ଡାକିଥିଲେ । ଏଥିରେ ମଧ୍ୟସ୍ଥି ସାଜିଥିଲେ ତାଙ୍କ ବନ୍ଧୁ କୁଳଦୀପ ରଥ । କୁଳଦୀପଙ୍କ ମାଧ୍ୟମରେ ସନ୍ତୋଷିନୀଙ୍କୁ ଫୋନ୍ କରି ହୋଟେଲକୁ ଡକାଯାଇଥିଲା । ସନ୍ତୋଷିନୀ ଯିବାକୁ ମନା କରିବାରୁ ସେବେଠାରୁ ତାଙ୍କୁ ବିଭିନ୍ନ ଉପାୟରେ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ ।

ଏମିତିକି ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ ରାଉଳଙ୍କ ବିରୋଧରେ ଚୌଦ୍ବାର ଥାନାରେ ଏତଲା ଦେବା ମାମଲାରେ ମଧ୍ୟ ତାଙ୍କ ଉପରେ ଚାପ ପକାଉଥିଲେ ବୋଲି ଅଭିଯୋଗ ଆଣିଛନ୍ତି ମହିଳା ଜେଲର୍ । ସୁଜିତଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ନକଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଲ୍ ଡିଜି ଧମକାଇଥିବା କହିଛନ୍ତି ମହିଳା ଜେଲର୍।

ତେବେ ଏଭଳି ସଙ୍ଗୀନ ଅଭିଯୋଗ ଆଧାରରେ ଚୌଦ୍ବାର ଥାନା ପୁଲିସ ସୁଶାନ୍ତ ନାଥ ଏବଂ କୁଳଦୀପ ରଥଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅପରପକ୍ଷରେ ଜେଲ୍ ଡିଜି ସୁଶାନ୍ତ ନାଥଙ୍କୁ ଗୃହ ବିଭାଗର ଓଏସ୍‌ଡି କରାଯାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL