ଓଡ଼ିଶା

ଅତ୍ୟଧିକ ବର୍ଷା ପାଇଁ ଗଞ୍ଜାମରେ ବନ୍ୟା ପରିସ୍ଥିତି ଉପୁଜିଲା: ମୁଖ୍ୟ ସଚିବ

ଭୁବନେଶ୍ବର: ଗଞ୍ଜାମରେ ବନ୍ୟା ପରିଚାଳନା ନେଇ ମୁଖ୍ୟ ସଚିବଙ୍କ ପ୍ରେସମିଟ୍ । ଆସିଥିବା ଅଭିଯୋଗକୁ ନେଇ ଉତ୍ତର ରଖିଛନ୍ତି ମୁଖ୍ୟ ସଚିବ ଅନୁ ଗର୍ଗ । ଅତ୍ୟଧିକ ବୃଷ୍ଟିପାତ ପାଇଁ ଗଞ୍ଜାମରେ ବନ୍ୟା ପରିସ୍ଥିତି ଉପୁଜିଲା । ଗଞ୍ଜାମ ଓ ଗଜପତି ସହ ଅନ୍ୟ ଜିଲ୍ଲାରେ ମଧ୍ୟ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି । ଡ୍ୟାମ ଗୁଡିକର ପରିଚାଳନା ଏସଓପି ଅନୁଯାୟୀ ହୋଇଛି । ପରିଚାଳନାରେ କିଛି ତ୍ରୁଟି ନଥିଲା । ଲଗାତାର ୩ଦିନ ବର୍ଷା ପାଇଁ ଏପରି ପରିସ୍ଥିତି ଉପୁଜିଥିଲା ।

ନିର୍ଦ୍ଧାରିତ SOP ଅନୁସାରେ ଗେଟ ଖୋଲାଯାଇଛି । ବର୍ଷା ଆସିବା ପୂର୍ବରୁ ୫୦ ରୁ ୬୦ ପ୍ରତିଶତ ଭିତରେ ପାଣି ରଖା ଯାଇଥିଲା । ଡ୍ୟାମର ସୁରକ୍ଷାକୁ ଗୁରୁତ୍ଵ ଦିଆଯାଇଛି । ଏଥିରେ କୌଣସି ତ୍ରୁଟି ହୋଇନାହିଁ । କେନ୍ଦ୍ରୀୟ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସମସ୍ତ କ୍ଷତିଗ୍ରସ୍ତଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଥିବା କହିଛନ୍ତି ମୁଖ୍ୟ ସଚିବ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL