ପାରଳାଖେମୁଣ୍ଡି: ବାତ୍ୟା ‘ଅକୱାନ’ (Akvan) ଉପକୂଳ ଆଡ଼କୁ ମୁହାଁଉଥିବା ବେଳେ ଓଡ଼ିଶାର ଗଜପତି ଜିଲ୍ଲା ପ୍ରଶାସନ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲାରେ ଭୂସ୍ଖଳନ ହେବାର ଆଶଙ୍କା ଥିବା ୧୫୫ଟି ସ୍ଥାନ ଏବଂ ଅନ୍ୟାନ୍ୟ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ୪୭ଟି ସ୍ଥାନ ଚିହ୍ନଟ କରାଯାଇଛି।
ଏହି ପ୍ରସ୍ତୁତିର ଅଂଶବିଶେଷ ଭାବେ ବିପଦପୂର୍ଣ୍ଣ ଅଞ୍ଚଳରୁ ୩୫,୧୧୪ ଜଣ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ପ୍ରଶାସନ ପକ୍ଷରୁ ୫୧୮ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ତେବେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ସୂଚନା ଅନୁଯାୟୀ, ଜରୁରୀକାଳୀନ ପରିସ୍ଥିତିରେ ବିଶେଷ ଯତ୍ନ ଓ ସହାୟତା ଯୋଗାଇବା ପାଇଁ ୨୧୦ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି।









