ଖୋର୍ଦ୍ଧା: ପୂର୍ବ ଶତ୍ରୁତାରୁ ଗୁଳିମାଡ଼ । ଯୁବକ ମୃତ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଦଲକ ରାସ୍ତାରେ ଗୁଳିମାଡ଼ ହୋଇଛି । ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜାମୁସାହିର ବାସୁଦେବ ପରିଡା । ଗୁଳିମାଡ଼ ପରେ ଘଟଣାସ୍ଥଳରୁ ୪ ଯୁବକ ଫେରାର ହୋଇଯାଇଛନ୍ତି ।
ଦୁଇଜଣ ଦୁର୍ବୃତ୍ତ ବୁଲେଟରେ ଆସିଥିବାବେଳେ ଆଉ ଦୁଇଜଣ ପୂର୍ବରୁ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ୩ ରାଉଣ୍ଡ ଗୁଳି ମାରିବା ପରେ ଘଟଣାସ୍ଥଳରୁ ଛୁ ମାରିଥିଲେ । ଛାତି ଓ ମୁଣ୍ଡରେ ଗୁଳି ବାଜିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି । ପୂର୍ବ ଶତ୍ରୁତାରୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।







