ଚମ୍ପୁଆ:ଚମ୍ପୁଆ ଥାନା ୫୨୦ ଜାତୀୟ ରାଜପଥ ସିଜୁକଳା ନିକଟରେ ସିରିଜ ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି । ପରୀକ୍ଷା ଦେବାକୁ ଆସୁଥିବା କାର ଉପରେ ଟ୍ରକର ଡାଲା ଖସି ପଡିଥିଲା । ଫଳରେ କାର ଟି ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଛି । ଗାଡିରେ ବସିଥିବା ଦୁଇ ପରୀକ୍ଷାର୍ଥୀ,ଡ୍ରାଇଭର ଓ ଅଭିଭାବକ ବର୍ତ୍ତି ଯାଇଛନ୍ତି । ତେବେ ୩ଜଣ ଆହତ ହୋଇଛନ୍ତି । ଠିକ ସେହି ସମୟରେ ପଛରୁ ଆସୁଥିବାଏକ ମୋଟର ସାଇକଲ ଦୁର୍ଘଟଣା ଗ୍ରସ୍ତ କାର ପଛରେ ପିଟି ହେବାରୁ ମୋଟର ସାଇକଲରେ ଥିବା ଅନୁପ ଜେନା(ଭଦ୍ରକ) ଆହତ ହେଇଛନ୍ତି । କାରରେ ବସିଥିବା ତିନି ଆହତ ଓ ମୋଟର ସାଇକଲ ଆରୋହୀ ମିଶି ମୋଟ ୪ ଜଣ ଆହତ ହୋଇଛନ୍ତି ।
ତେବେ ପରୀକ୍ଷାର୍ଥୀ ଦୁଇଜଣ ସାମାନ୍ୟ ଆହତ ହୋଇଥିବାରୁ ପରିକ୍ଷାର୍ଥୀଙ୍କୁ ଚିକିତ୍ସା ପରେ ଚମ୍ପୁଆ କେରଳା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଛଡ଼ା ଯାଇଥିଲା । ଆହତ ଦୁଇଜଣ ଝୁମ୍ପୁରା ଓଡିଶା ଆଦର୍ଶ ବିଦ୍ୟାଳୟର ୧୦ମ ଶ୍ରେଣୀର ଛାତ୍ର ଥିଲେ । ପରୀକ୍ଷାର୍ଥୀ ଦୁଇ ଜଣଙ୍କ ନାମ ହେମରଞ୍ଜନ ମହାନ୍ତ, ନର୍ମଦା ତନ୍ତି ଓ କାର ଡ୍ରାଇଭର ଗଜେନ୍ଦ୍ର ମହାନ୍ତ ବୋଲି ଜଣାପଡିଛି । ତେବେ ଘଟଣାସ୍ଥଳରେ ଚମ୍ପୁଆ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ଅନ୍ୟପଟେ ଟ୍ରକ ଡ୍ରାଇଭରକୁ ଚମ୍ପୁଆ ପୁଲିସ ଅଟକ ରଖିବା ସହ ତଦନ୍ତ ଜାରି ରଖିଛି ।





