ଓଡ଼ିଶା

ଅନଲାଇନ ଡ୍ରାଇଭରଙ୍କ ହିଂସାତ୍ମକ ଆଚରଣ, କ୍ଷମା ମାଗିଲା ଅଟୋ ଚାଳକ ସଂଘ

ଭୁବନେଶ୍ୱର : କ୍ଷମା ମାଗିଲା ଅଟୋ ଡ୍ରାଇଭର ସଂଘ ।  ମାଷ୍ଟରକ୍ୟାଣ୍ଟିନରେ ଅନଲାଇନ ଅଟୋ ଚାଳକଙ୍କ ହିଂସାତ୍ମକ ଆଚରଣ ।  ମୁହଁ ଖୋଲିଲେ ସ୍ମାର୍ଟ ସିଟି ଅନଲାଇନ ଟ୍ୟାକ୍ସି ଓ ଅଟୋମହାସଂଘର ସଭାପତି ଦୀନବନ୍ଧୁ ନାୟକ ।  ସେଦିନର ଘଟଣା ପାଇଁ ଜନସାଧାରଣଙ୍କୁ କଲେ କ୍ଷମା ପ୍ରାର୍ଥନା ।  ନିଜର ହକ୍ ପୂରଣ ହେଉନଥିବାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ ।  ଭିଡିଓ ବାର୍ତ୍ତାରେ ଘଟଣାକୁ ନେଇ କ୍ଷମାପ୍ରାର୍ଥନା କରି ନିଜର ସମସ୍ୟା କଥା କହିଛନ୍ତି ।

ଏପରିକି ଗଣ୍ଡଗୋଳ ଘଟଣାରେ ଅଟୋ ଚାଳକଙ୍କୁ ଗୁଣ୍ଡା କହିବା ତାଙ୍କୁ ବ୍ୟଥିତ କରିଥିବା କହିଛନ୍ତି । ଚାକିରି ନପାଇ ଅଟୋ ଚଳାଉଛୁ । ଶାନ୍ତିପୂର୍ଣ୍ଣ ଧାରଣାରେ ଥିଲୁ । ତାପରେ ଗଣ୍ଡଗୋଳ ହେଲା । କିନ୍ତୁ ଆମେ ଗୁଣ୍ଡା ନୁହେଁ । ହକ୍ ପାଇଁ ଲଢେଇ କରୁଥିଲୁ ବୋଲି କହିଛନ୍ତି ଦୀନବନ୍ଧୁ । ପୋଲିସ ମାଇଲେଜ୍ ପାଇବାପାଇଁ ଗୁଣ୍ଡା ସଜେଇ ଦେଲା ବୋଲି ଅଭିଯୋଗ ଆଣିଛନ୍ତି । ଆନ୍ଦୋଳନ ପଛରେ କୋଣସି ରାଜନୈତିକ ଉଦ୍ଦେଶ୍ୟ ନଥିବା ମଧ୍ୟ କହିଛନ୍ତି ।   ଅନ୍ୟପଟେ ଘଟଣାରେ ୧୧୩ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ଏହା ସହ ୩୫୪ ଟି ଗାଡ଼ି ଜବତ କରିଛି ପୋଲିସ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL