ଜାତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣର ଆଞ୍ଚଳିକ ଅଧିକାରୀ ଅବଦୁଲକାଦିର ୟୁସୁଫ୍ କହିଛନ୍ତି ଯେ, ଡଙ୍ଗାଟିରେ ୮୦ରୁ ଅଧିକ ଲୋକ ଥିଲେ। ସେମାନେ ଚାଷ କାମ ପାଇଁ ଗୋରାଉ ଅଞ୍ଚଳର ଚାଷଜମି ଆଡ଼କୁ ଯାଉଥିଲେ। ଧାନ ଅମଳ ପାଇଁ ଯାଉଥିବା ଚାଷୀ ଓ ଶ୍ରମିକମାନେ ଡଙ୍ଗାରେ ଥିଲେ। ଅତ୍ୟଧିକ ଲୋକ ଥିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିବା ପ୍ରାଥମିକ ଭାବେ କୁହାଯାଇଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହ ଜରୁରିକାଳୀନ ଉଦ୍ଧାରକାରୀ ଦଳ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ। ସୋକୋଟୋ ପୁଲିସ କମାଣ୍ଡର ଓ ଉଦ୍ଧାରକାରୀ ସଂସ୍ଥାଗୁଡ଼ିକର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ନାଇଜେରିଆରେ ବର୍ଷାଋତୁରେ ନଦୀ ଓ ଜଳପଥରେ ଏପରି ଦୁର୍ଘଟଣା ଘଟୁଥିବାବେଳେ ଡଙ୍ଗାରେ ଅତ୍ୟଧିକ ଲୋକ ନେବା, ସୁରକ୍ଷା ନିୟମ ଉଲ୍ଲଂଘନ ଓ ଦୁର୍ବଳ ନିରୀକ୍ଷଣକୁ ଏହାର ପ୍ରମୁଖ କାରଣ ଭାବେ ଦେଖାଯାଉଛି। ଜାତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ମଧ୍ୟ ଅବହେଳା, ଡଙ୍ଗାରେ ଅତ୍ୟଧିକ ଯାତ୍ରୀ ନେବା ଓ ସୁରକ୍ଷା ନିୟମ ନ ମାନିବାକୁ ଦୁର୍ଘଟଣାର କାରଣ ବୋଲି କହିଛି।