ଜାତୀୟ

ୟୁକ୍ରେନ ଉପରେ ରୁଷର ଆକ୍ରମଣ, ୨୭ ମୃତ

ନୂଆଦିଲ୍ଲୀ : ୟୁକ୍ରେନର ରାଜଧାନୀ କିଭ୍ ଉପରେ ରୁଷର ଆକ୍ରମଣ । ଫଳରେ ବୁଚା ଜିଲ୍ଲାରେ ରୁଷ ଆକ୍ରମଣରେ ୨୭ ଜଣ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ଆଞ୍ଚଳିକ ସାମରିକ ପ୍ରଶାସନର ମୁଖ୍ୟ ତିମୁର ଟକାଚେଙ୍କୋଙ୍କ ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୫୦ରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି । ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଘର ଓ ରେଷ୍ଟୋରାଣ୍ଟକୁ ବ୍ୟାପିଯାଇଥିଲା । ତେବେ ଲଗାତାର ଆକ୍ରମଣ ଯୋଗୁଁ ଲୋକମାନେ ଭୟଭୀତ ହୋଇଛନ୍ତି ।
ଏହାପୂର୍ବରୁ ଶୁକ୍ରବାର ରୁଷ ସେନା ଲଗାତାର କିଭ ଏବଂ ଏହାର ଆଖାପାଖ ଅଞ୍ଚଳରେ ଡ୍ରୋନ ଆଟାକ୍ କରିଥିଲା । ଏହି ସମୟରେ ୧୨ରୁ ଅଧିକ ଆପାର୍ଟମେଣ୍ଟ ଏବଂ ଗୋଦାମ ଉପରେ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣରେ ବୃଦ୍ଧ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଥିବା ଏକ ସେବାଶ୍ରମ ଏବଂ ଅନେକ ଆବାସିକ କୋଠା ନଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ୩୭୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଏହା ପୂର୍ବରୁ ଅଗଷ୍ଟ ୧୦ରେ ରୁଷରେ ଆକ୍ରମଣ କରିଥିଲା ୟୁକ୍ରେନ ।

ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦାମିର ଜେଲେନସ୍କି କହିଛନ୍ତି ଯେ, ମାଇଲା ଗ୍ରାମରେ ଥିବା ଏକ ଗୋଦାମ ଘର ଉପରେ କ୍ଷେପଣାସ୍ତ୍ର ମାଡ଼ ହେବା ପରେ ସେଠାରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା । ଆବାସିକ ଅଞ୍ଚଳ ନିକଟରେ ଗୋଳାବାରୁଦ ମହଜୁଦ ରଖିବା ନିୟମ ବିରୋଧୀ ହୋଇଥିବାରୁ ଏହି ଘଟଣାରେ ସରକାରୀ ଅବହେଳା ଅଭିଯୋଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ।

ସୂଚନାଯୋଗ୍ୟ, ୟୁକ୍ରେନ-ରୁଷ ମଧ୍ୟରେ ଗତ ୪ ବର୍ଷ ହେଲାଣି ଯୁଦ୍ଧ ଚାଲିଛି । ଏହି ଆକ୍ରମଣରେ ୟୁକ୍ରେନ ରାଜଧାନୀ କିଭର ଆର୍ଥିକ କାରବାର ଠପ୍ ହୋଇଯାଇଛି । ସାଧାରଣ ଲୋକଙ୍କ ଜୀବନ ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ୟୁକ୍ରେନର ଅଫିସର ଦାବି କରିଛନ୍ତି କି, ରୁଷ ନିଜର ମିସାଇଲ ଭଣ୍ଡାରକୁ ବଢାଉଛି । ତେଣୁ ପ୍ରତ୍ୟେକ ଦିନ ବଡ଼ ଆକ୍ରମଣ କରୁଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL