ଓଡ଼ିଶା

ଖୁବଶୀଘ୍ର ହେବ ଶିକ୍ଷକଙ୍କ ସମସ୍ୟାର ସମାଧାନ, ସରକାର ନେଇଛନ୍ତି ଆବଶ୍ୟକ ପଦକ୍ଷେପ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଶିକ୍ଷକମାନଙ୍କ ବିଭିନ୍ନ ଦାବି ଓ ସମସ୍ୟାର ସମାଧାନ ଖୁବ୍‌ କମ୍‌ ସମୟ ମଧ୍ୟରେ କରାଯିବ। ଏନେଇ ସରକାର ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇ ସାରିଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଶନିବାର ଶିକ୍ଷକମାନଙ୍କ ଆନ୍ଦୋଳନସ୍ଥଳରେ ପହଞ୍ଚି ମନ୍ତ୍ରୀ ଏହି ଘୋଷଣା କରିଛନ୍ତି।ମନ୍ତ୍ରୀ କହିଛନ୍ତି, ଶିକ୍ଷକମାନଙ୍କ ସମସ୍ୟା ସମ୍ପର୍କରେ ଗଠିତ କମିଟିର ରିପୋର୍ଟ ଉପରେ ସରକାରଙ୍କ ହସ୍ତକ୍ଷେପ ହୋଇସାରିଛି। ଏନେଇ ପ୍ରାୟ ୮୦୦ ପୃଷ୍ଠାର ୭୯ଟି ରିପୋର୍ଟ ସରକାରଙ୍କ ହସ୍ତଗତ ହୋଇଛି। ରିପୋର୍ଟଗୁଡ଼ିକର ଅନୁଧ୍ୟାନ ପରେ ଖୁବ୍‌ କମ୍‌ ସମୟ ମଧ୍ୟରେ ରାଜ୍ୟ ସରକାର ଏନେଇ ନିଷ୍ପତ୍ତି ନେବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

ଶିକ୍ଷକମାନଙ୍କ ସହ ଆଲୋଚନାକୁ ଗୁରୁତ୍ୱ ଦେଇ ମନ୍ତ୍ରୀ କହିଛନ୍ତି, ଆନ୍ଦୋଳନରତ ଶିକ୍ଷକମାନେ ଏକ ପ୍ରତିନିଧି ମଣ୍ଡଳୀ ପଠାନ୍ତୁ। ପ୍ରତିନିଧି ମଣ୍ଡଳୀ ସହ ସରକାର ବିସ୍ତୃତ ଭାବେ ଆଲୋଚନା କରିବେ। ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ସରକାର ପ୍ରସ୍ତୁତ ଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।ମନ୍ତ୍ରୀଙ୍କ ଏହି ଆଶ୍ୱାସନ ପରେ ଆନ୍ଦୋଳନରତ ଶିକ୍ଷକମାନଙ୍କ ମଧ୍ୟରେ ସମସ୍ୟାର ଶୀଘ୍ର ସମାଧାନ ନେଇ ଆଶା ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL