ଓଡ଼ିଶା

ଆସନ୍ତା ୧୫ରେ ଛାତ୍ର ସଂସଦ ନିର୍ବାଚନ, ଆଚରଣବିଧି ଓ ଗାଇଡଲାଇନ ଜାରି କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଆସନ୍ତା ୧୫ ତାରିଖରେ ହେବ ଛାତ୍ର ସଂସଦ ନିର୍ବାଚନ । ୭ ତାରିଖରେ କଲେଜ ପକ୍ଷରୁ ପ୍ରକାଶ ପାଇବ ବିଜ୍ଞପ୍ତି । ୯ରେ ନାମାଙ୍କନ ହେବ । ୧୬ ତାରିଖରେ ଶପଥ ଗ୍ରହଣ ସମାରୋହ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏ ଦେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଦୀର୍ଘ ୮ ବର୍ଷ ପରେ କଲେଜ ଇଲେକସନ ହେବ। ୨୦୧୭ରେ ଶେଷ ଥର ନିର୍ବାଚନ ହୋଇଥିଲା। ଆଜି ନିର୍ବାଚନ ତାରିଖ ଘୋଷଣା ସହ କ୍ୟାମ୍ପସରେ ଛାତ୍ର ରାଜନୀତି ସରଗରମ ହୋଇଛି ।

ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଆଚରଣବିଧି ଓ ଗାଇଡଲାଇନ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ ।  ଛାତ୍ର ସଂସଦ ନିର୍ବାଚନରେ ପ୍ରିଣ୍ଟ ପୋଷ୍ଟର, ପାମ୍ପଲେଟ୍ ବ୍ୟବହାରକୁ ବାରଣ କରାଯାଇଛି ।  କେବଳ ହାତ ତିଆରି ପୋଷ୍ଟର ବ୍ୟବହାର କରିପାରିବେ ପ୍ରାର୍ଥୀ ।  କ୍ୟାମ୍ପସ ବାହାରେ ଶୋଭାଯାତ୍ରା, ବୈଠକ କିମ୍ବା ପ୍ରଚାର ଉପରେ କଟକଣା ।  କଲେଜରେ ଶୋଭାଯାତ୍ରା ଓ ବୈଠକ ପାଇଁ ପ୍ରାର୍ଥୀଙ୍କୁ ଆଗୁଆ ଲିଖିତ ଅନୁମତି ନେବାକୁ ହେବ।

ସୋସିଆଲ ମିଡିଆ କଟକଣା ମଧ୍ୟ ଲାଗିଛି। କେହି କାହା ବିରୋଧରେ ଅପମାନଜନକ କିମ୍ବା ଆପତ୍ତିଜନକ ଭାଷା ବ୍ୟବହାର କରି ପାରିବେ ନାହିଁ ।  ସୋସିଆଲ ମିଡିଆରେ ବ୍ୟକ୍ତିଗତ ଆକ୍ଷେପ ମନା ।  ମିଥ୍ୟା କିମ୍ବା ବିଭ୍ରାନ୍ତିକର ତଥ୍ୟ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ ହେବ ।  ସେହିଭଳି AI ଦ୍ୱାରା ପ୍ରସ୍ତୁତ ଫେକ୍ କଣ୍ଟେଣ୍ଟ ପ୍ରଚାର ଉପରେ କଟକଣା ଲାଗିଛି ।  ନିର୍ବାଚନ ଖର୍ଚ୍ଚ ମଧ୍ୟ ୫ ହଜାରରେ ସୀମିତ ରହିବ ।  ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ।  ଫଳାଫଳ ଘୋଷଣାର ୨ ସପ୍ତାହ ମଧ୍ୟରେ ନିର୍ବାଚନୀ ଖର୍ଚ୍ଚର ହିସାବ ଦେବେ । ରାଜନୈତିକ ଦଳରୁ ଟଙ୍କା ନେବା ନିଷେଧ କରାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL