ଓଡ଼ିଶା

HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ ଉଦ୍‌ଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

କୋରାପୁଟ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର କୋରାପୁଟସ୍ଥିତ ସୁନାବେଡ଼ା ‘ହାଲ୍‌’ରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସ ସିଂଙ୍କ ସହ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଅତ୍ୟାଧୁନିକ ପ୍ରକଳ୍ପ, ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତାକୁ ଆହୁରି ମଜବୁତ କରିବ ଏବଂ ବିଶ୍ୱସ୍ତରରେ ଦେଶର ସାମର୍ଥ୍ୟକୁ ନୂତନ ପରିଚୟ ଦେବ।

ଏହି ସଫଳତା ପାଇଁ HALର ସମସ୍ତ ବୈଜ୍ଞାନିକ, ଇଞ୍ଜିନିୟର ଓ କର୍ମଚାରୀବୃନ୍ଦଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଦବୋଧନ ଦେବା ବେଳେ କହିଛନ୍ତି, ସେନାକୁ ମଜବୁତ୍ କରିବାରେ ହାଲ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏହା ପଛରେ ଅଛି ଅନେକ ପିଢ଼ିର ଯନ୍ତ୍ରୀ, ବୈଜ୍ଞାନିକ ଓ କର୍ମଚାରୀଙ୍କ ନିଷ୍ଠା। ପ୍ରଯୁକ୍ତିବିଦ୍ୟାକୁ ଆହୁରି ସୁଦୃଢ଼ କରିବାକୁ ହେବ।

ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଦ୍ୱାରା ୨,୦୦୦ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର ସମାରୋହରେ ସାମିଲ ହେଲେ। ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଂ ଲାଇନ୍ ଉଦଘାଟନ କରିବା ସହ ମାନୁପାକ୍ଟରିଂ କମ୍ପଲେକ୍ସ ପରିଦର୍ଶନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଦ୍ଵିତୀୟ ଶକ୍ତି ଇଞ୍ଜିନ୍ ଉତ୍ପାଦନ ଲାଇନ୍ ପାଇଁ ପ୍ରାୟ ₹୨୧୮ କୋଟି ଟଙ୍କା ବିନିଯୋଗ କରାଯାଇଛି। ଏହି ନୂତନ ଲାଇନ୍ ସ୍ଥାପନ ଦ୍ଵାରା ଶକ୍ତି ଇଞ୍ଜିନର ବାର୍ଷିକ ଉତ୍ପାଦନ କ୍ଷମତା ୮୦ ରୁ ୧୮୦ କୁ ବୃଦ୍ଧି ପାଇବ। ୨୦୨୮-୨୯ ସୁଦ୍ଧା ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ବାର୍ଷିକ ୧୦୦ଟି ଅଧିକ ଇଞ୍ଜିନ୍ ନିର୍ମାଣ ହୋଇପାରିବ।

ଏହି ଶକ୍ତି ଇଞ୍ଜିନଗୁଡ଼ିକ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଧ୍ରୁବ (Dhruv – Advanced Light Helicopter) ଏବଂ ପ୍ରଚଣ୍ଡ (Prachand – Light Combat Helicopter) ପରି ସାମରିକ ହେଲିକପ୍ଟରଗୁଡ଼ିକର ଆବଶ୍ୟକତା ପୂରଣ କରିବ। ଏହି ଅବସରରେ HAL କୋରାପୁଟ ଡିଭିଜନ ଦ୍ଵାରା ପ୍ରସ୍ତୁତ ୨,୦୦୦ତମ ଏରୋ-ଇଞ୍ଜିନର ସଫଳ ବିତରଣ (Delivery) କରାଯାଇ ଇତିହାସ ରଚାଯାଇଛି। ଏହି ପଦକ୍ଷେପ ଦ୍ଵାରା ପ୍ରତିରକ୍ଷା କ୍ଷେତ୍ରରେ ଭାରତର “ଆତ୍ମନିର୍ଭରଶୀଳତା” ଆହୁରି ମଜବୁତ ହେବା ସହ ଓଡ଼ିଶାର ସୁନାବେଡ଼ା ଅଞ୍ଚଳ ଏରୋସ୍ପେସ୍ କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL