ଓଡ଼ିଶା

ପୋଖରୀରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପୁରୀ: ପୁଣି ପୁରୀରେ ହତ୍ୟାକାଣ୍ଡ । ସମଙ୍ଗ ଜଳଭଣ୍ଡାର ନିକଟ ପୋଖରୀରୁ ମୃତଦେହ ଉଦ୍ଧାର । ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ଅଭିଯୋଗ । ପୋଖରୀ ରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ କର୍ମଚାରୀ । ମୃତ ବ୍ୟକ୍ତି ବାସେଳୀ ସାହି ଭଟ୍ଟ ଜାଗାର ନିଖିଳ ଦାଶ। ମଙ୍ଗଳବାର ଠାରୁ ନିଖୋଜ ଥିଲେ ନିଖିଳ । ମୃତଦେହ ଉଦ୍ଧାର କରି ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । କିଏ ଏବଂ କାହିଁକି ହତ୍ୟଳା କରିଛି, ସେ ନେଇ ସୁରାକ ମିଳିନି ।

ତେବେ ନିଖିଳଙ୍କ ମୃତ୍ୟୁ କିପରି ହେଲା? ଏହା ପଛରେ କାହାର ହାତ ରହିଛି? କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି । ତେବେ ଏଯାଏଁ ହତ୍ୟାର କାରଣ କିମ୍ବା ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସର ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ । ପୁରୀରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ପୋଲିସର ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL