ଓଡ଼ିଶା

୫ମ ଓ ୮ମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ: ପାସ୍ ହେବାକୁ ହେଲେ ରଖିବାକୁ ପଡ଼ିବ ସର୍ବନିମ୍ନ ୩୦% ନଂ

ଭୁବନେଶ୍ବର: ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କଲେ ରାଜ୍ୟ ସରକାର । ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ମଜଭୁତ ଏବଂ ଛାତ୍ର କୈନ୍ଦ୍ରିକ କରିବା ଦିଗରେ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଏବଂ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ଏକ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି । ପ୍ରତି ବିଷୟରେ ପାସ୍ କରିବା ପାଇଁ ସର୍ବନିମ୍ନ ୩୦% ବା ୩୦ ନମ୍ବର ରଖିବା ବାଧ୍ୟତାମୂଳକ କରାଯାଇଛି ।

ନୂତନ ବ୍ୟବସ୍ଥା ଅନୁଯାୟୀ, ଉଭୟ ଶ୍ରେଣୀର ପରୀକ୍ଷାରେ ମୋଟ ମୂଲ୍ୟାୟନର ୫୦ ପ୍ରତିଶତ ଆଭ୍ୟନ୍ତରୀଣ ଏବଂ ଅବଶିଷ୍ଟ ୫୦ ପ୍ରତିଶତ ବାର୍ଷିକ ପରୀକ୍ଷାରୁ ନିର୍ଦ୍ଧାରିତ ହେବ । ପ୍ରତି ବିଷୟ ପାଇଁ ବାର୍ଷିକ ୧୦୦ ନମ୍ବର ରହିବ ବୋଲି ସୂଚନା ରହିଛି । କୌଣସି ବିଷୟରେ ୩୦% ରୁ କମ୍ ନମ୍ବର ରଖିଲେ କିମ୍ବା ବାର୍ଷିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ସେହି ବିଷୟରେ ୪ ସପ୍ତାହର ସ୍ୱତନ୍ତ୍ର ରିମେଡିଆଲ୍ ଟିଚିଂ ଦିଆଯିବ।

ଭୁବନେଶ୍ବର: ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କଲେ ରାଜ୍ୟ ସରକାର । ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ମଜଭୁତ ଏବଂ ଛାତ୍ର କୈନ୍ଦ୍ରିକ କରିବା ଦିଗରେ ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଏବଂ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ଏକ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି । ପ୍ରତି ବିଷୟରେ ପାସ୍ କରିବା ପାଇଁ ସର୍ବନିମ୍ନ ୩୦% ବା ୩୦ ନମ୍ବର ରଖିବା ବାଧ୍ୟତାମୂଳକ କରାଯାଇଛି ।

ନୂତନ ବ୍ୟବସ୍ଥା ଅନୁଯାୟୀ, ଉଭୟ ଶ୍ରେଣୀର ପରୀକ୍ଷାରେ ମୋଟ ମୂଲ୍ୟାୟନର ୫୦ ପ୍ରତିଶତ ଆଭ୍ୟନ୍ତରୀଣ ଏବଂ ଅବଶିଷ୍ଟ ୫୦ ପ୍ରତିଶତ ବାର୍ଷିକ ପରୀକ୍ଷାରୁ ନିର୍ଦ୍ଧାରିତ ହେବ । ପ୍ରତି ବିଷୟ ପାଇଁ ବାର୍ଷିକ ୧୦୦ ନମ୍ବର ରହିବ ବୋଲି ସୂଚନା ରହିଛି । କୌଣସି ବିଷୟରେ ୩୦% ରୁ କମ୍ ନମ୍ବର ରଖିଲେ କିମ୍ବା ବାର୍ଷିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ସେହି ବିଷୟରେ ୪ ସପ୍ତାହର ସ୍ୱତନ୍ତ୍ର ରିମେଡିଆଲ୍ ଟିଚିଂ ଦିଆଯିବ। ପରୀକ୍ଷା ପରିଚାଳନାକୁ ସ୍ୱଚ୍ଛ ରଖିବା ପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ କମିଟି ଗଠନ ହେବ ଏବଂ ପରୀକ୍ଷାର ୭ ଦିନ ପୂର୍ବରୁ ପ୍ରଶ୍ନପତ୍ର ବ୍ଲକ ଶିକ୍ଷା ଅଧିକାରୀ (BEO)ଙ୍କ ନିକଟରେ ପହଞ୍ଚି ସୁରକ୍ଷିତ ରଖାଯିବ।

ପଞ୍ଚମ ଶ୍ରେଣୀରେ ଉଭୟ ମୌଖିକ (୧୦ ନମ୍ବର) ଓ ଲିଖିତ (୯୦ ନମ୍ବର) ପରୀକ୍ଷା ହେବ। ଅନ୍ୟପକ୍ଷରେ ଅଷ୍ଟମ ଶ୍ରେଣୀରେ ସମ୍ପୂର୍ଣ୍ଣ ୧୦୦% ଲିଖିତ ପରୀକ୍ଷା କରାଯିବ। ଆଭ୍ୟନ୍ତରୀଣ ମୂଲ୍ୟାୟନରେ ଫର୍ମାଟିଭ୍ ଆସେସମେଣ୍ଟ (FA), ଶିକ୍ଷକଙ୍କ ପର୍ଯ୍ୟବେକ୍ଷଣ ଏବଂ ସମ୍ମିଳିତ ମୂଲ୍ୟାୟନକୁ ଗୁରୁତ୍ୱ ଦିଆଯାଇଛି। ପ୍ରଥମ ଓ ଦ୍ୱିତୀୟ ଟର୍ମରେ ଏଫ୍‌ଏ ଏବଂ ଶିକ୍ଷକ ପର୍ଯ୍ୟବେକ୍ଷଣ ସହିତ ବାର୍ଷିକ ପରୀକ୍ଷା ପାଇଁ ସ୍ୱତନ୍ତ୍ର ନମ୍ବର ବଣ୍ଟନ କରାଯାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL