ନୂଆଦିଲ୍ଲୀ: ବାଂଲାଦେଶରେ ପୁଣିଥରେ ହିଂସା ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦଳ ‘ଆୱାମୀ ଲିଗ୍’ର ସମର୍ଥକମାନେ ଗୋପାଳଗଞ୍ଜ ସଦର ଥାନାରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଗୋପାଳଗଞ୍ଜ ହେଉଛି ଶେଖ୍ ହସିନାଙ୍କ ପୈତୃକ ସହର। ଏହା ବ୍ୟତୀତ, ସେହି ଅଞ୍ଚଳରେ ବାଂଲାଦେଶ ଜାତୀୟତାବାଦୀ ଦଳ (ବିଏନପି)ର ସାଂସଦ ଏସ୍.ଏମ୍. ଜିଲାନିଙ୍କ ବାସଭବନରେ ମଧ୍ୟ ନିଆଁ ଲଗାଇ ଦିଆଯାଇଛି।
ରିପୋର୍ଟ ଅନୁଯାୟୀ, ରାଜଧାନୀ ଢାକାର ବିଭିନ୍ନ ସ୍ଥାନରେ ଅଗ୍ନିସଂଯୋଗର ଘଟଣା ଘଟିଛି, ଯେଉଁଠାରେ ଅନେକ ବସ୍ରେ ନିଆଁ ଲଗାଇ ଦିଆଯାଇଛି। ଏଥିସହିତ, ପୂର୍ବତନ ଆୱାମୀ ଲିଗ୍ ସରକାରରେ ‘ମୁକ୍ତିଯୁଦ୍ଧ ବ୍ୟାପାର ମନ୍ତ୍ରୀ’ ଭାବେ କାର୍ଯ୍ୟ କରିଥିବା ଏ.କେ.ଏମ୍. ମୋଜାମ୍ମେଲ ହକ୍ଙ୍କ ବାସଭବନରେ ମଧ୍ୟ ନିଆଁ ଲଗାଇ ଦିଆଯାଇଥିବା ଖବର ମିଳିଛି। ରିପୋର୍ଟ ଅନୁଯାୟୀ, ରାଜଧାନୀ ଢାକାର ବିଭିନ୍ନ ସ୍ଥାନରେ ଅଗ୍ନିସଂଯୋଗର ଘଟଣା ଘଟିଛି, ଯେଉଁଠାରେ ଅନେକ ବସ୍ରେ ନିଆଁ ଲଗାଇ ଦିଆଯାଇଛି। ଏହି ଘଟଣାଗୁଡ଼ିକ ପରେ ବାଂଲାଦେଶରେ ରାଜନୈତିକ ଉତ୍ତେଜନା ଏବଂ ସୁରକ୍ଷା ପରିସ୍ଥିତି ସମ୍ପର୍କରେ ଚିନ୍ତା ତୀବ୍ର ହୋଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ମୃତାହତ କିମ୍ବା କ୍ଷତିର ପରିମାଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ବିସ୍ତୃତ ସୂଚନା ମିଳିନାହିଁ।





