ଅର୍ଥନୀତି ଜାତୀୟ

ଭାରତ ସରକାର ଜାତୀୟ ଚିପ୍ ଡିଜାଇନ୍ ଭିତ୍ତିଭୂମିକୁ ସିଧାସଳଖ ଆକସେସ୍ ସହିତ ସେମିକଣ୍ଡକ୍ଟର ଡିଜାଇନ୍ କମ୍ୟୁନିଟି ପାଇଁ ସୃଷ୍ଟି କରୁଛନ୍ତି ଅନୁକୂଳ ପରିବେଶ

  • ସେମିକଣ୍ଡକ୍ଟର ଉଦ୍ୟୋଗ କ୍ଷେତ୍ରରେ ଅଗ୍ରଣୀ ସିମେନ୍ସ ଇଡିଏର ବିସ୍ତୃତ ସମର୍ଥନରେ ଦେଶବ୍ୟାପୀ ଚିପ୍ ଡିଜାଇନରଙ୍କ ପାଇଁ ୱାନ୍ ଷ୍ଟପ୍ ସେଣ୍ଟର ଚିପନ୍‘ (ସିଡାକ) ତ୍ୱରାନ୍ୱିତ ହୋଇଛି
  • ସି୨ଏସ୍ କାର୍ଯ୍ୟକ୍ରମ ଅଧୀନରେ ୨୫୦ରୁ ଅଧିକ ଶିକ୍ଷାନୁଷ୍ଠାନର ୨୦,୦୦୦ ରୁ ଅଧିକ ଛାତ୍ରଛାତ୍ରୀ ସିମେନ୍ସଠାରୁ ଇଡିଏ ଉପକରଣ ପାଇଛନ୍ତି; ଚିପଇନ୍ ସେଣ୍ଟର ଦ୍ବାରା ୫ ବର୍ଷରେ ୮୫ ହଜାର ବି.ଟେକ୍, ଏମ.ଟେକ୍ ଓ ପିଏଚଡି ଛାତ୍ରଛାତ୍ରୀ ଉପକୃତ ହେବେ
  • ଡିଏଲ୍ଆଇ ସ୍କିମ୍ ଏବଂ ସି୨ଏସ୍ କାର୍ଯ୍ୟକ୍ରମ ଅଧୀନରେ ଅନୁମୋଦିତ କମ୍ପାନୀଗୁଡ଼ିକ ସି-ଡାକ୍ ତ୍ରିଭେନ୍ଦ୍ରମଠାରେ ସିମେନ୍ସଠାରୁ ଭେଲୋସ୍ ହାର୍ଡୱେୟାର ଭେରିଫିକେସନ ସଲ୍ୟୁସନ୍ସର ଆକସେସ୍ ହାସଲ କରିବାକୁ ଅନୁମୋଦନ ହାସଲ କରିଛନ୍ତି
  • 128 ସିପିୟୁ କୋର ଏବଂ 640 ନିୟୁତ ଗେର କ୍ଷମତା ବିଶିଷ୍ଟ କମ୍ପ୍ୟୁଟର ସୁବିଧା, ଯାହା ସେମାନଙ୍କୁ ସେମାନଙ୍କର ଏସଓସି ବୈଧତା ଆହ୍ୱାନର ମୁକାବିଲା କରିବାରେ ସାହାଯ୍ୟ କରେ

 

ସି-ଡାକ୍ ରେ ସ୍ଥାପିତ ଏକ ବୃହତ୍ତମ ସୁବିଧା ଚିପ୍ଇନ୍ ସେଣ୍ଟର, ସେମିକଣ୍ଡକ୍ଟର ଡିଜାଇନ୍ ୱାର୍କଫ୍ଲୋ ଏବଂ ସମାଧାନର ଏକ ବିସ୍ତୃତ ପରିସର ପ୍ରଦାନ କରେ, ଯାହା ସାରା ଦେଶରେ ସେମିକଣ୍ଡକ୍ଟର ଡିଜାଇନ୍ ସମୁଦାୟକୁ ସିଧାସଳଖ ଜାତୀୟ ଚିପ୍ ଡିଜାଇନ୍ ଭିତ୍ତିଭୂମି ଆଣିବାକୁ ପ୍ରୟାସ କରିଥାଏ । ଏହା ଏକ କେନ୍ଦ୍ରୀଭୂତ ସୁବିଧା ଯାହା ସମଗ୍ର ଚିପ୍ ଡିଜାଇନ୍ ଚକ୍ର (୫ ଏନଏମ କିମ୍ବା ଉନ୍ନତ ନୋଡ୍ ପର୍ଯ୍ୟନ୍ତ) ପାଇଁ ସବୁଠାରୁ ଉନ୍ନତ ଉପକରଣ ହୋଷ୍ଟ କରେ ।

ଏହା ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ସି୨ଏସ (ଚିପ୍ସ ଟୁ ଷ୍ଟାର୍ଟଅପ୍) କାର୍ଯ୍ୟକ୍ରମ ଏବଂ ଡିଏଲଆଇ (ଡିଜାଇନ୍ ଆଧାରିତ ପ୍ରୋତ୍ସାହନ) ଯୋଜନା ଅଧୀନରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏସସିଏଲ୍ ଫାଉଣ୍ଡ୍ରି ଏବଂ ପ୍ୟାକେଜିଂରେ ଡିଜାଇନ୍ ନିର୍ମାଣ ପାଇଁ ବ୍ୟାପକ ସେବା ପ୍ରଦାନ କରିବା ପାଇଁ କମ୍ପ୍ୟୁଟର ଏବଂ ହାର୍ଡୱେର ଭିତ୍ତିଭୂମି, ଆଇପି କୋର ଏବଂ ଦକ୍ଷତା ପ୍ରଦାନ କରେ । 

ଚରଖାରୁ ଚିପ୍ସ: ଆତ୍ମନିର୍ଭର ଭାରତ

ବର୍ତ୍ତମାନ ୨୫୦ରୁ ଅଧିକ ଶିକ୍ଷାନୁଷ୍ଠାନରେ   ଆନୁମାନିକ ୨୦,୦୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ୪୫ଟି ଷ୍ଟାର୍ଟଅପ୍ ପ୍ରକଳ୍ପରେ ଉଦ୍ୟୋଗୀଙ୍କ ସହ ନିୟୋଜିତ ଥିବା ଚିପ୍ଇନ୍ ସେଣ୍ଟର ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ପାଇଁ ୫ ବର୍ଷ ମଧ୍ୟରେ ସେମିକଣ୍ଡକ୍ଟର ଚିପ୍ ଡିଜାଇନ୍ କରିବା ପାଇଁ  ବି.ଟେକ୍, ଏମ.ଟେକ୍ ଏବଂ ପିଏଚଡି ସ୍ତରରେ ୮୫,୦୦୦ ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୁନିକ ଇଡିଏ (ଇଲେକ୍ଟ୍ରୋନିକ୍ ଡିଜାଇନ୍ ଅଟୋମେସନ୍) ଉପକରଣ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଛି। ଇଡିଏ ଟୁଲ୍ସ ଆକସେସ୍ କରୁଥିବା ଅନୁଷ୍ଠାନର ତାଲିକା https://c2s.gov.in/EDA_Tool_Support.jsp ରେ ଉପଲବ୍ଧ ରହିଛି।

ଗବେଷକମାନଙ୍କ ମଧ୍ୟରେ ସିମେନ୍ସଠାରୁ ଇଡିଏ ଉପକରଣର ବଢୁଥିବା ଚାହିଦା ଏବଂ ଚିପଇନ୍ ସେଣ୍ଟରରେ ସ୍ଥାପିତ ଭିତ୍ତିଭୂମିକୁ ବ୍ୟାପକ କରିବାର ସୁଯୋଗକୁ ଦୃଷ୍ଟିରେ ରଖି, ସିମେନ୍ସ ଏହାର ଇଡିଏ ଉପକରଣର ବର୍ତ୍ତମାନର ବ୍ୟବହାର ପରିସରକୁ ଚିପ୍ସ ଟୁ ଷ୍ଟାର୍ଟ-ଅପ୍ (ସି୨ଏସ୍) କାର୍ଯ୍ୟକ୍ରମ ଅଧୀନରେ ୧୨୦ଟି କଲେଜରୁ ୨୫୦ରୁ ଅଧିକ କଲେଜକୁ ବିସ୍ତାର କରିଛି ଏବଂ ସିମେନ୍ସରୁ ସଦ୍ୟତମ ଶକ୍ତିଶାଳୀ ଭେଲୋସ୍™ ହାର୍ଡୱେର-ସହାୟକ ଯାଞ୍ଚ ସମାଧାନ ଡିଏଲଆଇ ଯୋଜନା ଅଧୀନରେ ଅନୁମୋଦିତ କମ୍ପାନୀଗୁଡ଼ିକୁ ବୃଦ୍ଧି କରିଛି।

ଏସଓସି ଏବଂ ଆଇସି ଡିଜାଇନ୍ ଚ୍ୟାଲେଞ୍ଜର ସମାଧାନ ପାଇଁ ଭେଲୋସ୍

ନିମ୍ନଲିଖିତ ମୁଖ୍ୟ ଉପାଦାନ – ଭେଲୋସ୍ ଷ୍ଟ୍ରାଟୋ ହାର୍ଡୱେର ଏବଂ ଓଏସ୍, ଭେଲୋସ୍ ଆପ୍ସ ଏବଂ ଭେଲୋସ୍ ପ୍ରୋଟୋକଲ୍ ସଲ୍ୟୁସନ୍ କୁ ନେଇ ଗଠିତ ସିମେନ୍ସରୁ ଭେଲୋସ୍ ରେ ୧୨୮ ସିପିୟୁ କୋର ଏବଂ ୬୪୦ ନିୟୁତ ଗେଟ୍ ର କ୍ଷମତା ରହିଛି । ଏହା ଜଟିଳ ଏସଓସି (ଚିପ୍ ଉପରେ ସିଷ୍ଟମ) ଏବଂ ଅତ୍ୟନ୍ତ ଅତ୍ୟାଧୁନିକ ଆଇସି (ଇଣ୍ଟିଗ୍ରେଟେଡ୍ ସର୍କିଟ୍) ଡିଜାଇନର ଡିଜାଇନରମାନଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଯାଞ୍ଚ ଏବଂ ବୈଧତା ଆହ୍ୱାନର ସମାଧାନ କରେ ।  ଏହାର ବିବରଣୀ https://vegaprocessors.in/hep.php ରେ ରହିଛି।

ଭାରତର ସେମିକଣ୍ଡକ୍ଟର ଭିଜନକୁ ପ୍ରୋତ୍ସାହିତ କରିବ ଚିପଇନ୍ କେନ୍ଦ୍ର

ସିମେନ୍ସଠାରୁ ଇଡିଏ ଓ ଡିଜାଇନ୍ ସଲ୍ୟୁସନ୍ସକୁ ଅଧିକ ବଢ଼ାଇବା ଏବଂ ଅଧିକ ସଂଗଠନକୁ ବିସ୍ତାର କରିବା ସଂକ୍ରାନ୍ତରେ ସମଗ୍ର ଦେଶର ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକ ଓ ଉଦ୍ୟୋଗୀମାନଙ୍କଠାରୁ ବିପୁଳ ଚାହିଦା ମିଳୁଥିଲା। ଚିପ୍ଇନ୍ ସେଣ୍ଟରରେ ସିମେନ୍ସର ବର୍ଦ୍ଧିତ ସମର୍ଥନ ଭାରତକୁ ଏକ ସେମିକଣ୍ଡକ୍ଟର ମହାଶକ୍ତିରେ ପରିଣତ କରିବାର ଲକ୍ଷ୍ୟ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ଗ୍ରୁପ୍ ସଂଯୋଜକ (ଇଲେକ୍ଟ୍ରୋନିକ୍ସ ଏବଂ ଆଇଟିରେ ଗବେଷଣା ଓ ବିକାଶ) ସୁନୀତା ବର୍ମା କହିଛନ୍ତି।

ଏକ ଆତ୍ମନିର୍ଭରଶୀଳ ସେମିକଣ୍ଡକ୍ଟର ଇକୋସିଷ୍ଟମ ପାଇଁ ପରବର୍ତ୍ତୀ ପୀଢ଼ିଙ୍କୁ ସଶକ୍ତ କରିବା

ସିମେନ୍ସ ଡିଜିଟାଲ ଇଣ୍ଡଷ୍ଟ୍ରିଜ୍ ସଫ୍ଟୱେୟାରର ଇଡିଏର ଉପାଧ୍ୟକ୍ଷ ଏବଂ କଣ୍ଟ୍ରି ମ୍ୟାନେଜର ରୁଚିର ଦୀକ୍ଷିତ କହିଛନ୍ତି, ଭବିଷ୍ୟତର ସେମିକଣ୍ଡକ୍ଟର ସିଷ୍ଟମ, ଡିଭାଇସ୍ ଏବଂ ଉତ୍ପାଦଗୁଡ଼ିକୁ ଡିଜାଇନ୍ ଏବଂ ପୁନଃନିର୍ଦ୍ଧାରଣ କରିବାରେ ଅଗ୍ରଣୀ ଉଦ୍ୟୋଗୀ ଏବଂ ଗବେଷକମାନଙ୍କ ପାଇଁ ଭାରତ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିଛି। ସମଗ୍ର ଭାରତର ୨୫୦ଟି ଶିକ୍ଷାନୁଷ୍ଠାନରେ ଏହାର ଅତ୍ୟାଧୁନିକ ଇଡିଏ ଟେକ୍ନୋଲୋଜି ସମାଧାନର ଆକସେସ୍ ବିସ୍ତାର କରି ଭାରତ ସରକାର ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ର “ଚିପ୍ସ ଟୁ ଷ୍ଟାର୍ଟଅପ୍ (ସି୨ଏସ) କାର୍ଯ୍ୟକ୍ରମ”ରେ ଅଂଶଗ୍ରହଣ କରି ସିମେନ୍ସ ଗର୍ବ ଅନୁଭବ କରୁଛି । ପରବର୍ତ୍ତୀ ପିଢ଼ିର ଇଞ୍ଜିନିୟର, ଗବେଷକ ଏବଂ ଉଦ୍ୟୋଗୀଙ୍କୁ ସଶକ୍ତ କରି ଏକ ସୁଦୃଢ଼ ଏବଂ ଆତ୍ମନିର୍ଭରଶୀଳ ସେମିକଣ୍ଡକ୍ଟର ଇକୋସିଷ୍ଟମ ଗଠନ ଦିଗରେ ଦେଶର ଅତୁଟ ପ୍ରତିବଦ୍ଧତା ସହିତ ଆମର ଅବଦାନ ଏକ ସମନ୍ୱୟର ପ୍ରମାଣ ।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL