ଓଡ଼ିଶା

ନୂଆବର୍ଷରେ ନୂଆ ସୁଭଦ୍ରାଙ୍କୁ ମିଳିବ ଡବଲ୍‌ କିସ୍ତି

ଭୁବନେଶ୍ୱର: ସରଜମିନ ତଦନ୍ତ ପରେ ସୁଭଦ୍ରାରେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯୋଡ଼ି ହୋଇଛନ୍ତି । ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୃହରେ ତଥ୍ୟ ରଖିଛନ୍ତି । ୧୭ ଲକ୍ଷ ୮୩ ହଜାର ୨୫୧ ମହିଳା ସୁଭଦ୍ରାରେ ଯୋଡ଼ି ହୋଇଛନ୍ତି । ୭ ଲକ୍ଷ ୫୧ ହଜାର ୪୭୯ ଜଣ ସମସ୍ତ ୩ଟି କିସ୍ତି ପାଇଛନ୍ତି । ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି। ୧ କୋଟି ୧ ଲକ୍ଷ ୯୨ ହଜାର ୭୨୪ ଦ୍ୱିତୀୟ କିସ୍ତି ପାଇଛନ୍ତି ବୋଲି ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତଥ୍ୟ ରଖିଛନ୍ତି।

ସେପଟେ ନୂଆବର୍ଷରେ ଏକାଥରକେ ଦୁଇଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ। ନୂଆ ଯୋଡି ହୋଇଥିବା ହିତାଧିକାରୀଙ୍କୁ ଏକାଥରକେ ଦୁଇଟି କିସ୍ତି ମିଳିବ। ଏ ନେଇ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ପୋର୍ଟାଲ ଖୋଲିଛି, ୨୧ ବର୍ଷୀୟ ହିତାଧିକାରୀ ଯୋଡି ହେଉଛନ୍ତି। ଦୁଇଟି କିସ୍ତି ଦେବାକୁ ଜାନୁଆରୀ ପ୍ରଥମ ସପ୍ତାହରୁ କାର୍ଯ୍ୟ ତ୍ଵରାନ୍ବିତ କରିବୁ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL