ଓଡ଼ିଶା

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ସକାଳ ୯.୪୦ରୁ ୯. ୫୪ ମଧ୍ୟରେ ମା’ ସମଲେଶ୍ବରୀଙ୍କୁ ହେବ ନବାନ୍ନ ଲାଗି

ସମ୍ବଲପୁର :  ଚଳିତ ବର୍ଷ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ଆସନ୍ତା ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର ହୋଇଛି । ମା’ ସମଲେଶ୍ବରୀଙ୍କ ନିକଟରେ ଲାଗିହେବ ନବାନ୍ନ । ବ୍ରହ୍ମପୁରା ଟ୍ରଷ୍ଟ ପଣ୍ଡିତ ମହାସଭାରେ ଶୁଭଲଗ୍ନ ଧାର୍ଯ୍ୟ ହୋଇଛି । ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପାଇଁ ସମ୍ବଲପୁର ବ୍ରାହ୍ମପୁରା ମନ୍ଦିର ଠାରେ ଆଜି ଶୁଭ ଲଗ୍ନ ନିର୍ଘଣ୍ଟ ହୋଇଛି ।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ନିକଟରେ କେତେବେଳେ ନବାନ୍ନ ଲାଗି ହେବ ସେନେଇ ପଣ୍ଡିତ ମହାସଭା ରେ ଏହି ଲଗ୍ନ ଧାର୍ଯ୍ୟ ହୋଇଛି  l  ଏଥିପାଇଁ ଆଉ କିଛି ସମୟ ପରେ ପଣ୍ଡିତମାନେ  ପହଞ୍ଚି ପ୍ରଥମେ ସମୂହ ବିଷ୍ଣୁ ସହସ୍ରନାମ ପାଠ ପୁର୍ବକ ମା’ ସମଲେଶ୍ୱରୀଙ୍କ ରାଶି ଓ ନକ୍ଷତ୍ର ଅନୁସାରେ ଶୁଭ ଲଗ୍ନ ନିର୍ଘଣ୍ଟ କରିଥିଲେ l

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL