ଓଡ଼ିଶା

ଅକ୍ଟୋବର ୨୭ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର:ଅକ୍ଟୋବର ୨୭ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସାଂସଦ ନବ ଚରଣ ମାଝୀ ଦେଇଛନ୍ତି ସୂଚନା। ସେ କହିଛନ୍ତି, ‘ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତ କରିବେ ଏବଂ ୨୮ରେ ଫେରିଯିବେ। ଏହି ଗସ୍ତ ମଧ୍ୟରେ ରାଷ୍ଟ୍ରପତି ମେଗା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ସାମିଲ ହେବେ ।

ସୂଚନାଥାଉକି, ୨୬ରୁ ୩୦ ଯାଏଁ ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବାକୁ ଯାଉଛି। ଆଉ ଏହି ତି ମେଗା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି। ଏହି ଶିବିରରେ ଦିଲ୍ଲୀର ୧୦୦ରୁ ଊର୍ଦ୍ଧ୍ୱ ଚକ୍ଷୁ ବିଶେଷଜ୍ଞ ଲୋକଙ୍କ ଚିକିତ୍ସା କରିବେ। ତଥାପି, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ସମ୍ଭାବ୍ୟ ଗସ୍ତ କାର୍ଯ୍ୟକ୍ରମକୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯାଇନାହିଁ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL