ଓଡ଼ିଶା

ହୀରାକୁଦ ଉବୁଟୁବୁ, ଖୋଲିଲା ଆଉ ୨ଟି ଗେଟ୍

ସମ୍ବଲପୁର: ଖୋଲିଲା ହୀରାକୁଦର ୨ଟି ଗେଟ୍ । ଉପର ମୁଣ୍ଡରୁ ଅତ୍ୟଧିକ ବନ୍ୟା ଜଳ ଆସିବା ଫଳରେ ହୀରାକୁଦ ଜଳଭଣ୍ଡାର ଆଉ ଦୁଇଟି ଗେଟ ଖୋଲିଛି  l ହୀରାକୁଦ ତାର ସର୍ବୋଚ୍ଚ ଜଳ ଧାରଣା କ୍ଷମତା ୬୩୦ ଫୁଟ କୁ ପହଞ୍ଚି ସାରିଛି  l

ଆସନ୍ତା ୩୦ ତାରିଖ ସୁଦ୍ଧା ୬୩୦ ଫୁଟ ରହିବା କଥା  l କିନ୍ତୁ ହୀରାକୁଦ ଜଳଭଣ୍ଡାର କର୍ତ୍ତୃ ପକ୍ଷ ଏହାକୁ ୧୨ ଦିନ ପୂର୍ବରୁ ୬୩୦ ଫୁଟ କରି ଦେଇଛନ୍ତି l ଜଳଭଣ୍ଡାରକୁ ଅତିରିକ୍ତ ବନ୍ୟା ଜଳ ପ୍ରବେଶ କରିବାରୁ ଦୁଇଟି ଗେଟ ମାଧ୍ୟମରେ ଛଡ଼ାଯାଉଛି  l ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାର ର ଜଲସ୍ତର ୬୨୯.୯୩ ଫୁଟ ରହିଛି  l ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୪୩ ହଜ଼ାର ୫୬୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୬୮ ହଜ଼ାର ୯୮୩ କ୍ୟୁସେକ ଜଳ ମହାନଦୀକୁ ନିଷ୍କାସନ କରାଯାଉଛି  l

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL