ଓଡ଼ିଶା

ଘରେ ପଶିଲା ବାଘ ଛୁଆ, ଉଦ୍ଧାର କଲା ବନବିଭାଗ

ମୟୂରଭଞ୍ଜ: ଘରେ ପଶିଥିବା ବାଘକୁ ଉଦ୍ଧାର କଲା ବନବିଭାଗ । ଉଦ୍ଧାର ବାଘର ବୟସ ୭-୮ ମାସ ହେବ ବୋଲି ସୂଚନା । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ ଠାକୁରମୁଣ୍ଡା ରେଞ୍ଜର ଖାପରଖାଇ ଗାଁରୁ ଉଦ୍ଧାର ହୋଇଛି ବାଘ ଛୁଆ । ଗତକାଲି ରାତିରେ ଏହି ବାଘ ଛୁଆଟି ପ୍ରଥମେ ଗାଁର ଏକ ଗୁହାଳ ଘରେ ପ୍ରବେଶ କରିଥିଲା । ପରେ ଏକ ଅବ୍ୟବହୃତ ଘର ଭିତରେ ରାତିସାରା ରହିଥିଲା ।

ସକାଳେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ବାଘ ଛୁଆଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବର୍ତ୍ତମାନ ବାଘ ଛୁଆଟିକୁ ପଶୁ ଚିକିତ୍ସକଙ୍କ ନିରୀକ୍ଷଣରେ ରଖାଯାଇଛି । ସୁସ୍ଥ ହେବା ପରେ ଏହାକୁ ଶିମିଳିପାଳର କୋର୍ ଅଞ୍ଚଳ ଭିତରେ ଥିବା ଏକ ବଡ଼ ଏନକ୍ଲୋଜରକୁ ନିଆଯିବ। ସେଠାରେ ବନ୍ୟପରିବେଶରେ ଶିକାର କରିବାକୁ ସକ୍ଷମ ହେବା ପରେ ବାଘ ଛୁଆଟିକୁ ପୁଣି ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL