ପୁରୀ : ଖଜା ଦୋକାନରେ ରେଡ୍ । ୫ଟି ଭାଟି ସିଲ୍ କଲା ପୁରୀ ପୋଲିସ । ଶ୍ରୀମନ୍ଦିର ନିକଟରେ ଥିବା ବିଭିନ୍ନ ଖଜା ଦୋକାନ ଓ ଗଜା ତିଆରି ଭାଟି ଉପରେ ଖାଦ୍ୟ ସୁରକ୍ଷା ବିଭାଗ ଏବଂ ମୁନିସିପାଲିଟି ପକ୍ଷରୁ ଚଢ଼ାଉ କରାଯାଇଛି । ଆଜି ସକାଳୁ ଖାଦ୍ୟ ଓ ଯୋଗାଣ ବିଭାଗ ସମେତ ପୋଲିସ ଟିମ୍ ଏହି ଚଢ଼ାଉ ଜାରି ରଖିଛି ।
ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ମାନେ ଘରକୁ ଖଜା କିଣି ନେଉଥିବା ବେଳେ ଖଜା ଗୁଡିକ ଅସ୍ୱାସ୍ଥ୍ୟକର ଭାବେ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହୋଇଥିଲା । ଭକ୍ତ ଓ ଜନ ସାଧାରଣଙ୍କ ଭାବନାକୁ ନେଇ ଚଢାଉ କରି ଫାଇନ୍ ଆଦାୟ କରାଯାଇଛି । ଯାଞ୍ଚ ବେଳେ ଘରୋଇ ଗ୍ୟାସ ଗୁଡ଼ିକୁ ମଧ୍ୟ ଜବତ କରାଯାଇଛି। ଅସ୍ୱାସ୍ଥ୍ୟକର ଭାବେ ପ୍ରସ୍ତୁତ ଖଜା ଗୁଡିକୁ ନଷ୍ଟ କରାଯାଉଛି । ଆଗକୁ ମଧ୍ୟ ଏହି ଚଢ଼ାଉ ଜାରିରହିବ ବୋଲି କହିଛନ୍ତି ପୁରୀ ସିଟି ଡ଼ିଏସପି ।





