ଓଡ଼ିଶା

ଭାଲୁକୁଣୀ ଭଷାଣ ବେଳେ ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର

ଯାଜପୁର : ଭାଲୁକୁଣୀ ଭଷାଣ ହେଲା କାଳ । ଡିଜେ ସାଉଣ୍ଡ ବକ୍ସ ପଡ଼ି ୭ ଗୁରୁତର । ଯାଜପୁର ବ୍ଲକ ଛତିଶଦେବିଲ ପଞ୍ଚାୟତ ମହମ୍ମଦ ଜମାପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୁରୁତରଙ୍କୁ ଯାଜପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ସନ୍ଧ୍ୟାରେ ମହମ୍ମଦ ଜମାପୁର ଗାଁର ସାହୁ ସାହିରେ ଭାଲୁକୁଣୀ ଭଷାଣ ଚାଲିଥିଲା ।

ଏହି ସମୟରେ ଗଛ ଡାଳରେ ସାଉଣ୍ଡବକ୍ସର ବେଲ୍ଟ ବାଜି ଛିଡି ଯାଇଥିଲା । ଫଳରେ ସାଉଣ୍ଡ ବକ୍ସ ଗୁଡିକ ଝିଅ ମାନଙ୍କ ଉପରେ ପଡିଯାଇଥିଲା । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ । ସେଠାରେ ସମସ୍ତେ ଚିକିତ୍ସାଧୀନ ଥିବାବେଳେ ୩ଜଣ ଝିଅଙ୍କ ଅବସ୍ଥା ଗୁରୁତର ରହିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL