ଓଡ଼ିଶା

ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ

ରାୟଗଡ଼ା: ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶାନ୍ତିନଗରରେ ଅଭାବନୀୟ ଘଟଣା । ମୃତ ଦୁଇ ନାବାଳିକା ହେଲେ ପୂଜାରୀଗୁଡ଼ା ପଞ୍ଚାୟତ ବଡ଼ନାୟକଗୁଡ଼ା ଗାଁର ୧୨ ବର୍ଷୀୟ ନିଲୁ କାଡ୍ରାକା ୧୨ ବର୍ଷୀୟ କାମି ତିଆକା । ଦୁଇ ନାବାଳିକା ଶାନ୍ତିନଗର ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ଗାଧୋଇବା ସମୟରେ ଦୁହେଁ ପାଣିରେ ବୁଡ଼ି ଯାଇଥିଲେ । ଉଭୟ ନାବାଳିକା ବଡ଼ନାୟକଗୁଡ଼ା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢୁଥିଲେ । ଖବର ପାଇ କଲ୍ୟାଣସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL