ମୁମ୍ବାଇ: ମୁମ୍ବାଇରେ ବିସ୍ଫୋରଣ ଧମକ୍ । ଏକାଧିକ ସ୍ଥାନରେ ବୋମାମାଡ ନେଇ ଆସିଛି ଧମକପୂର୍ଣ୍ଣ ଇମେଲ୍ । ମେୟର ଋତୁ ତାଉଡେଙ୍କୁ ମୁମ୍ବାଇ ବହୁ ସ୍ଥାନରେ ବୋମା ବିସ୍ଫୋରଣ ନେଇ ଏକ ଧମକପୂର୍ଣ୍ଣ ଏବେ ଖୁବ ଚର୍ଚ୍ଚାରେ । ସେଲିବ୍ରିଟିଙ୍କୁ ଧମକ ଦେଇ ଖାଲିସ୍ତାନ ବିଷୟରେ ଉଲ୍ଲେଖ ଥିବା ଏହି ଇମେଲ୍ ନେଇ ଦିଲ୍ଲୀରେ ବଢିଛି ସୁରକ୍ଷା ବ୍ୟବସ୍ଥା । ମେୟର ଅଫିସରେ ବୋମା ବିସ୍ଫୋରଣ ସହ ଅକ୍ଟୋବର ୩୧ରୁ ନଭେମ୍ବର ୨୭ ମଧ୍ୟରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଜୁହୁ ସ୍ଥିତ ଘର ଜଲସାରେ ବୋମାମାଡ ନେଇ ଦିଆଯାଇଛି ଧମକ୍ ।
ସେହିପରି ଗାୟକ ଦିଲଜିତ୍ ଦୋସାଂଜଙ୍କ ନଭେମ୍ବର ୨୭ରେ ଥିବା କନସର୍ଟ ଭେନ୍ୟୁକୁ ଟାର୍ଗେଟ କରାଯାଇଛି । ଏହାସହ ଇମେଲରେ ଅକ୍ଟୋବର ୩୧ରେ ଏକ ସ୍କୁଲରେ ଗ୍ରେନେଡ୍ ଆକ୍ରମଣ ବିଷୟରେ ମଧ୍ୟ ଚେତାବନୀ ଦିଆଯାଇଛି । ବୋମା ଧମକ ପରେ ସହରରେ ଏବେ ପୋଲିସ ଛାଉଣୀ । ହାଇଆଲର୍ଟରେ ମାୟାନଗରୀ ମୁମ୍ବାଇ । ଶୁକ୍ରବାର ସାରା ସହରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ହୋଇଛି । ଆଇନ ପ୍ରବର୍ତ୍ତନ କର୍ଯ୍ୟକ୍ଷମାନେ ଏନେଇ ବ୍ୟାପକ ତଦନ୍ତ ଆରମ୍ଭ କରିଛନ୍ତି । ସମସ୍ତ ବିପଦପୂଣ୍ଣ ର୍ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେହିପରି ଶୁକ୍ରବାର ସକାଳୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଂଟରନାସନାଲ ଏୟାରପୋର୍ଟରେ ଜଣେ ସଫେଇ କର୍ମଚାରୀ ମହିଳା ଟଏଲେଟ ସଫା କଲାବେଳେ ମିଳିଥିଲା ଧମକପୂର୍ଣ୍ଣରୁ ଚିଠି । ଏକ ହାତଲେଖା ଟିସୁ ପେପରରେ ବୋର୍ଡିଂ ଗେଟ-୩୦ରେ ବମ୍ ଥିବା ଧମକ୍ ମିଲିଥିଲା । ସଙ୍ଗେସଙ୍ଗେ ବମ୍ ସ୍କ୍ୱାର୍ଡ, ସିଆଇଏସଏଫ୍ ଅଫିସର ସର୍ଚ୍ଚରେ ଲାଗିପଡିଥିଲେ ।
ବିମାନ ଚଳାଚଳରେ କୌଣସି ବାଧା ଉପଜୁଜିନାହିଁ । ସୁରକ୍ଷା ଏଜେନ୍ସି ଯାତ୍ରୀଙ୍କୁ ସତର୍କ କରାଇବା ସହ ବିମାନବନ୍ଦରର କିଛି ଅଂଶ ଖାଲି କରାଇ ସଚ୍ଚ ର୍ ଅଭିଯାନ ଚଳାଇଥିଲେ । କୌଣସି ବିସ୍ଫୋରକ ମିଳିନଥିଲା । ଅକ୍ଟୋବର ୮ରେ ବିମାନବନ୍ଦର ପରିସରରେ ବିସ୍ପୋରକ ରଖାଯାଇଥିବା ନେଇ ଏକ ଇମେଲ୍ ଧମକ ମିଳିଥିଲା । ପ୍ରାୟ ୨ ସପ୍ତାହ ପରେ ଏହି ଘଟଣା ଘଟିଛି ।





