ଓଡ଼ିଶା

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଜାଗ, ଅଧିକାରୀଙ୍କ ଛୁଟି ବାତିଲ୍

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି । ଆଇଏମଡି ଆକଳନ ଅନୁସାରେ ପ୍ରସ୍ତୁତ କରାଯାଇଛି ରୋଡ ମ୍ୟାପ୍ । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ୨୭ ତାରିଖ ପାଇଁ ୩ ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ ସହ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କାଲି ଛୁଟି ଥିଲେ ବି ସମସ୍ତେ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି କାଲି ସକାଳ ସୁଦ୍ଧା ସମୁଦ୍ରରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି ।

ରିଲିଫ୍ ଓ ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖିବାକୁ କୁହାଯାଇଥିବା ରାଜସ୍ବମନ୍ତ୍ରୀ ସୂଚନା ଦିଆଯାଇଛି । ଓଡ୍ରାଫ୍ ଓ NDRF ଟିମ୍ ସଜାଗ ଥିବା ସହ ଆଦୌ ବିଚଳିତ ନ ହେବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । କେଉଁଠି ଲ୍ୟାଣ୍ଡଫଲ ହେବ ତାହା ଏବେସୁଦ୍ଧା ଆଇଏମଡି ଆକଳନ କରିନାହିଁ । ତେବେ ଆନ୍ଧପ୍ରଦେଶର କାକିନାଡାରୁ ଗୋପାଳପୁର ମଧ୍ୟରେ କେଉଁଠି ଲ୍ୟାଣ୍ଡଫଲ ହୋଇପାରେ ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି । ଆଜି ରାଜୀବ ଭବନରେ ୧୬ ଜିଲ୍ଲାପାଳ ଓ SRCଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବୈଠକ କରିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL