ଓଡ଼ିଶା

ବାତ୍ୟା ପରିଚାଳନା ପାଇଁ ୮ ଜିଲ୍ଲାରେ ୮ ମନ୍ତ୍ରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ।  ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ୮ ଜଣ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ।  ଆସନ୍ତା ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଜିଲ୍ଲାରେ ରହି ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିବେ । କୋରାପୁଟ ଜିଲ୍ଲା ଦାୟିତ୍ୱରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ରାୟଗଡ଼ା ଦାୟିତ୍ୱରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରହିବେ। କନ୍ଧମାଳ ଜିଲ୍ଲା ପାଇଁ ରବି ନାଏକ, ଗଞ୍ଜାମ ପାଇଁ ବିଭୂତି ଜେନା ଏବଂ ନବରଙ୍ଗପୁର ପାଇଁ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଦାୟିତ୍ୱ ମିଳିଛି। ସେହିପରି ମାଲକାନଗିରି ଜିଲ୍ଲା ଦାୟିତ୍ୱରେ ନିତ୍ୟାନନ୍ଦ ଗଣ୍ଡ, କଳାହାଣ୍ଡିରେ ମୁକେଶ ମହାଲିଙ୍ଗ ଏବଂ ଗଜପତି ଜିଲ୍ଲାରେ ସୂର୍ଯ୍ୟବଂଶୀ ସୂରଜ ରହିବେ। ଏହି ମନ୍ତ୍ରୀମାନେ ତିନି ଦିନ ଧରି ନିଜ ନିଜ ଦାୟିତ୍ୱରେ ଥିବା ଜିଲ୍ଲାରେ ଉପସ୍ଥିତ ରହି ବାତ୍ୟା ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଓ ଜରୁରୀକାଳୀନ ବ୍ୟବସ୍ଥାର ତଦାରଖ କରିବେ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL