ଓଡ଼ିଶା

୨୬ରୁ ୨୯ ତାରିଖ ଯାଏ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

ପୁରୀ: ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ କରାଯାଇଛି । ୨୬ରୁ ୨୯ ତାରିଖ ୪ ଦିନ ପାଇଁ ଚିଲିକାରେ ଭସାପୋଲ ଓ ଡ଼ଙ୍ଗା ଚଳାଚଳ ଉପରେ ଲାଗିଲା କଟକଣା । ଭସାପୋଲ ସହ ପର୍ଯ୍ୟଟକଙ୍କ ପାଇଁ ଡଙ୍ଗା ଚଳାଚଳ ବନ୍ଦ କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଚିଲିକା ସହିତ ସମସ୍ତ ନଦୀ ନାଳରେ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ । ବେଆଇନ ଡ଼ଙ୍ଗା ଚଳାଚଳ ଉପରେ କଡା ନଜର ରଖାଯିବ। ଲୋକଙ୍କ ସୁରକ୍ଷା ଓ ଧନ ଜୀବନ ରକ୍ଷା ପାଇଁ ସ୍ଥାନୀୟ ବ୍ଲକ BDO ଲୋକଙ୍କୁ ସଚେତନ କରାଇବେ । ଯେଉଁମାନେ ନିୟମ ଉଲଘଂନ କରିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ସମୟରେ ମତ୍ସ୍ୟଜୀବୀ, ଡଙ୍ଗା ଚାଳକ ଓ ପର୍ଯ୍ୟଟକମାନଙ୍କୁ ଜଳପଥରେ ଯାତାୟାତ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ପାଣିପାଗ ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସମସ୍ତେ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL