ଢେଙ୍କାନାଳ: କଲେଜ କାର୍ଯ୍ୟାଳୟରେ ଅଧ୍ୟକ୍ଷଙ୍କ ମଦ୍ୟପାନ ଅଭିଯୋଗ । ଅଚାନକ ପରିଦର୍ଶନରେ ଯାଇ ଧରିଲେ ଉପଜିଲ୍ଲାପାଳ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାନ୍ଦା ମହାବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ଏନେଇ କଲେଜ ପରିଦର୍ଶନରେ ଯାଇଥିଲେ କାମାକ୍ଷାନଗର ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି ।
କଲେଜରେ ପହଂଚିବା ପରେ ସାଂଘାତିକ ଦୃଶ୍ୟ ଦେଖିଥିଲେ । ମଦ୍ୟାପାନ କରି କାର୍ଯ୍ୟାଳୟ ଭିତରେ ବସିଥିଲେ ଅଧ୍ୟକ୍ଷ ଶିଶିର କୁମାର ଦେହୁରୀ । ଏପରିକି ଉପଜିଲ୍ଲାପାଳ ଯେଉଁତଥ୍ୟ ମାଗିଥିଲେ ତାହା ଦେଇପାରିନଥିଲେ ଅଧ୍ୟକ୍ଷ । ପରେ ପୋଲିସକୁ ଡକାଇ ଯାଞ୍ଚ କରିଥିଲେ ଉପଜିଲ୍ଲାପାଳ । ପରେ ଅଧ୍ୟକ୍ଷ ମଦ୍ୟପାନ କରିଥିବା ଜଣାପଡ଼ିଥିଲା । ଏନେଇ ଅଧ୍ୟକ୍ଷଙ୍କୁ ରିପୋର୍ଟ ତଲବ କରାଯାଇଛି । ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।





